Categories: ଜାତୀୟ

ଅଫେରା ରାଇଜରେ ସାହିତ୍ୟକାର, ଅଭିନେତା ଗିରିଶ କନ୍ନଡ଼

ବେଙ୍ଗାଲୁର୍‌,୧୦।୬: ସାହିତ୍ୟକାର ତଥା ଲୋକପ୍ରିୟ ଅଭିନେତା ଗିରିଶ କନ୍ନଡ଼ଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ହୋଇଥିଲା। ମଲ୍ଟିପୁଲ୍‌ ଅର୍ଗାନ୍‌ ଫେଲ୍ୟୁର ଯୋଗୁ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ଘଟିଛି। ଦୀର୍ଘ ଦିନ ଧରି ସେ ଅସୁସ୍ଥ ଥିଲେ। ୧୯୩୮ ମେ ୧୯ରେ ସେ ମହାରାଷ୍ଟ୍ରର ମାଥେରାନ୍‌ ଠାରେ ଜନ୍ମଗ୍ରହଣ କରିଥିଲେ। ୧୯୭୪ରେ ଗିରିଶଙ୍କୁ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରାଯାଇଥିଲା। ୧୯୯୨ରେ ପଦ୍ମଭୂଷଣ, ୧୯୯୪ରେ ସାହିତ୍ୟ ଏକାଡ଼େମୀ ଏବଂ ୧୯୯୮ରେ ସମ୍ମାନ ଜନକ ଜ୍ଞାନପୀଠ ସମ୍ମାନରେ ସମ୍ମାନୀତ କରାଯାଇଥିଲା। ହିନ୍ଦୀ ଫିଲ୍ମ ଏକ୍‌ ଥା ଟାଇଗର ଏବଂ ଟାଇଗର ଜିନ୍ଦା ହୈ ରେ ତାଙ୍କର ଅଭିନୟକୁ ଦର୍ଶକ ବେଶ୍‌ ପସନ୍ଦ କରିଥିଲେ।

Share