ବାଲିକୁଦା,୨୬।୨(ସ୍ବ.ପ୍ର.): ବାଲିକୁଦା ଅବକାରୀ ବିଭାଗ ପକ୍ଷରୁ ମଙ୍ଗଳବାର ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ୨୩ ଲିଟର ଦେଶୀ ଓ ବିଦେଶୀ ମଦ ଜବତ କରାଯାଇଛି। ଏଥିସହିତ ଦୁଇ ଚୋରା ମଦ ବ୍ୟବସାୟୀଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି। ଏନେଇ ଦୁଇଟି ମାମଲା ରୁଜୁ କରାଯାଇଛି। ତେନ୍ତୁଲି ବେଲାରି ଗଁାର ମଣ୍ଟୁ ନାୟକ(୩୮)ଙ୍କ ଠାରୁ ୧୦ ଲିଟର ଦେଶୀ ମଦ ଜବତ କରାଯାଇଛି। ସେହିପରି ବ୍ରାହ୍ମଣଡିହି ଗଁାର ବିଶ୍ୱନାଥ କାଣ୍ଡିଙ୍କୁ ମଧ୍ୟ ଗିରଫ କରାଯାଇଥିବା ବେଳେ ତାଙ୍କଠାରୁ ୩ ଲିଟର ବିଦେଶୀ ଓ ୮ ଲିଟର ଦେଶୀ ମଦ ଜବତ କରାଯାଇଛି। ଉଭୟ ଅଭିଯୁକ୍ତ ଅଞ୍ଚଳରେ ବେଆଇନ ମଦ କାରବାର କରି ଆସୁଥିଲେ। ଏସମ୍ପର୍କରେ ବିଭାଗୀୟ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ନିକଟରେ ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଭିତ୍ତିକରି ଅବକାରୀ ନିରୀକ୍ଷକ ରତିକାନ୍ତ ପଣ୍ଡାଙ୍କ ନିର୍ଦ୍ଦେଶକ୍ରମେ ଚଢ଼ାଉ କରାଯାଇଥିଲା। ଚଢାଉର ନେତୃତ୍ୱ ଏସଆଇ ନଳିନୀ ଜୟନ୍ତୀ ସ୍ବାଇଁ ନେଇଥିବା ବେଳେ କନଷ୍ଟେବଳ ହିମାଂଶୁ ନାୟକ, ବିଶ୍ୱନାଥ ମୁଣ୍ଡା ପ୍ରମୁଖ ସାମିଲ ଥିଲେ।