Advertisement

ଅବକାରୀ ଚଢ଼ାଉ: ୨ ମଦ ବେପାରୀ ଗିରଫ

ରୂପ୍‌ସା, ୭।୧୦(ଡି.ଏନ.ଏ.)- ବାଲେଶ୍ୱର ଜିଲା ବସ୍ତା ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ୨ ମଦ ବେପାରୀଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ବସ୍ତା ଥାନା ସନ୍ତୋଷପୁର ଗ୍ରାମର ମୁନି ମାରାଣ୍ଡି ଓ ଭାଞ୍ଜପୁର ଗ୍ରାମର ରାମ ମୁର୍ମୁ। ଦୀର୍ଘଦିନ ଧରି ସେମାନେ ବେଆଇନ ଭାବେ ଚୋରାମଦ ବ୍ୟବସାୟ ଚଳାଇ ଆସୁଥିବା ଅଭିଯୋଗ ହୋଇଥିଲା। ଖବର ପାଇ ବସ୍ତା ଅବକାରୀ ଉପନିରୀକ୍ଷକ ଆମ୍ପା ମାରାଣ୍ଡି ସଦଳବଳ ଚଢ଼ାଉ କରି ସେମାନଙ୍କୁ କାବୁ କରିଥିଲେ। ସେମାନଙ୍କ ବିରୋଧରେ ଦୁଇଟି ମାମଲା (ନଂ.୫୮/୧୯ ଓ ୫୯/୧୯) ରୁଜୁ କରାଯାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share