Categories: ଅନୁଗୋଳ

ଅବକାରୀ ଚଢାଉ: ୭ ଗିରଫ

ବଇଣ୍ଡା,୨୮।୬(ଡି.ଏନ.ଏ.)-ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ଥାନା ବିଭିନ୍ନ ଗ୍ରାମରେ ଶୁକ୍ରବାର ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ୬୫ ଲିଟର ଦେଶୀ ମଦ କରାଯାଇଛି। ଏହି ଘଟଣାରେ ତଲେଇପଥର ଗ୍ରାମର ଅଇଁଠା ପ୍ରଧାନ, ଛବି ପ୍ରଧାନ, ରୁନି ଭୋଇ, ପାଇକସାହି ଗ୍ରାମର ତୀର୍ଥ ମାଝି, ସଞ୍ଜୟ ପ୍ରଧାନ, କୁଶ ପ୍ରଧାନ, ସାହାବାଣୀ ପ୍ରଧାନଙ୍କୁ ଗିରଫ କରାଯାଇଛି। ଏମାନେ ବେଆଇନ ଭାବେ ଘରେ ମଦ ବିକ୍ରି କରୁଥିବା ଖବରପାଇ ଆଠମଲ୍ଲିକ ଅବକାରୀ ନୀରିକ୍ଷକ ସୁମତି ତ୍ରିପାଠୀ, ଉପ ନୀରିକ୍ଷକ ପ୍ରଫୁଲ କୁମାର ପତି, ସହକାରୀ ଉପ ନୀରିକ୍ଷକ ରମାକାନ୍ତ ଚାନ୍ଦ, ଅରୁଣ କୁମାର ଚାଉଳିଆ, ଏମ୍‌ଡି ଜାକିର ହୁସେନ, ହରିହର ପରିଡ଼ା, ମନୋଜ ବେହେରା, ସଞ୍ଜୁକ୍ତା ସାହୁ ପ୍ରମୁଖ ଚଢାଉ କରିଥିଲେ।