ଅବକାରୀ ବିଭାଗର ଚଢ଼ାଉ: ୪୦ ଲିଟର ଦେଶୀ ରନ୍ଧା ମଦ ଜବତ, ଜଣେ ଗିରଫ

ଗୁଡଭେଲା,୨୦ା୪(ଡି.ଏନ୍‌.ଏ.) : ବଲାଙ୍ଗୀର ଜିଲା ତୁଷୁରା ଅବକାରୀ ବିଭାଗ ପକ୍ଷରୁ ସୋମବାର ୪୦ ଲିଟର ରନ୍ଧା ଦେଶୀ ମଦ ସହ ଏକ ବାଇକ୍‌ ଓଡି-୦୩ ଏନ୍‌ ୩୫୦୩ ଜବତ କରାଯାଇ ଥିବାବେଳେ ଦେଓଗାଁ ବ୍ଲକ ଅନ୍ତର୍ଗତ ମୁରସିଂଙ୍ଗ ଗ୍ରାମର ଯୋଗେଶ୍ୱର ବାଗ୍‌ଙ୍କୁ ଗିରଫ କରାଯାଇଛି। ଏନେଇ ତୁଷୁରା ଅବକାରୀ କାର୍ଯ୍ୟାଳୟରେ କେସନମ୍ବର ୬/୨୦୨୦ରେ ରୁଜୁ ହୋଇଥିବା ତୁଷୁରା ଅବକାରୀ ଅଧିକାରୀ ଅରୁଣ କୁମାର ଯୋଶୀ ପ୍ରକାଶ କରିଛନ୍ତି । ଏହି ଚଢ଼ାଉ ବେଳେ ଏଏସ୍‌ଆଇ ଜୟନାରାୟଣ ଯୋଶୀ, ଦେବାଚନ ଭୋଇ, ସୁରେଶ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ।

Share