ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ: ୩୭ ଲିଟର ମଦ ଜବତ, ୩ ଗରଫ

ଆର୍‌.ଉଦୟଗିରି, ୧୫।୪(ଡି.ଏନ୍‌.ଏ.): ଗଜପତି ଜିଲା ଆର.ଉଦୟଗିରି ଅବକାରୀ ବିଭାଗ ପକ୍ଷରୁ ଆର.ଉଦୟଗିରି ଆସିସାହି, ଖଜୁରିପଦା, ସେରେଙ୍ଗ ଆଦି ଗ୍ରାମରେ ମଙ୍ଗଳବାର ଚଢ଼ାଉ କରାଯାଇ ୩୭ ଲିଟର ଦେଶିମଦ ଜବତ କରାଯାଇଛି। ଏହି କାରବାରରେ ସମ୍ପୃକ୍ତ ୩ ଜଣଙ୍କୁ ଗରିଫ କରାଯାଇଛି। ସେମାନେ ହେଲେ ଆର.ଉଦୟଗିରି ଆସିସାହିର ସୁଭାଷ ରଇତ, ଖଜୁରିପଦା ଗ୍ରାମର ପ୍ରତିମା ଓ ସେରେଙ୍ଗ ଗ୍ରାମର ଲିଟୁ। ଏ ନେଇ ଆର.ଉଦୟଗିରି ଅବକାରୀ ବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତଙ୍କୁ କୋର୍ଟଚାଲଣ କରାଯାଇଛି। ଜିଲାପାଳ ଅନୁପମ ସାହା ଏବଂ ଅବକାରୀ ଅଧ୍ୟକ୍ଷ ପ୍ରଦିପ କୁମାର ପାଣିଗ୍ରାହିଙ୍କ ନିର୍ଦ୍ଦେଶକ୍ରମେ ଏହି ଚଢ଼ାଉ ହୋଇଥିଲା। ଏହି ଚଢ଼ାଉରେ ଆର. ଉଦୟଗିରି ଅବକାରୀ ଓଆଇସି ଜି.ସୁରିବାବୁ ଏବଂ ତାଙ୍କ କର୍ମଚାରୀମାନେ ଯୋଗ ଦେଇଥିଲେ।