Categories: ଅପରାଧ

ଅବକାରୀ ବିଭାଗ ପକ୍ଷରୁ ଚଢାଉ: ୩ ଗିରଫ

ବଇଣ୍ଡା,୩୦।୫(ଡି.ଏନ.ଏ.)-ଆଠମଲ୍ଲିକ ଅବକାରୀ ବିଭାଗ ଗୁରୁବାର ଠାକୁରଗଡ଼ ଥାନା ଗୋପିନାଥପୁର ଗ୍ରାମରେ ଚଢାଉ କରି ୪୦ ଲିଟର ଦେଶୀ ମଦ ଜବତ କରିଛି। ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ନରେନ୍ଦ୍ର ବେହେରା, ସୁମିତ୍ରା ମାଝି, ଶୁକଦେବ ପ୍ରଧାନ। ସେମାନେ ଚୋରାରେ ମଦ ବିକ୍ରି କରୁଥିବା ଖବରପାଇ ଆଠମଲ୍ଲିକ ଅବକାରୀ ବିଭାଗର ଇନ୍ସପେକ୍ଟର ସୁମତି ତ୍ରିପାଠୀ, ସବ୍‌ଇନ୍ସପେକ୍ଟର ପ୍ରଫୁଲ୍ଲ କୁମାର ପତି, ରମାକାନ୍ତ ଚାନ୍ଦ, ଅରୁଣ କୁମାର ଚାଉଳିଆ ପ୍ରମୁଖ ଚଢାଉ କରିଥିଲେ।