ପଦ୍ମପୁର,୧।୩(ଡି.ଏନ୍.ଏ.): ଭଦ୍ରକ ଜିଲା ଅବକାରୀ ବିଭାଗ ଓ ଫ୍ଲାଇଂ ସ୍ବାଡ୍ ରବିବାର ମିଳିତ ଚଢ଼ାଉ କରି ୩ ଶହ ୫୦ ଲିଟର ରନ୍ଧାମଦ ଜବତ କରିଛି। ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ଭଦ୍ରକ ଶାହାଡ଼ା ଗ୍ରାମର ନିରୂପମା ବେହେରା ଓ ଏରୋଡାର ଗଦାଧର ବେହେରା।
ସୂଚନାନୁଯାୟୀ, ନିରୂପମାଙ୍କ ଘରେ ଚଢ଼ାଉ କରାଯାଇ ୩୦୦ ଲିଟର ମଦ ଜବତ କରାଯାଇଥିଲା। ସେହିଭଳି ଗଦାଧର ଏରୋଡ଼ା ବଜାର ଦେଇ ଏକ ବାଇକ୍ରେ ଯାଉଥିବା ସମୟରେ ତାଙ୍କଠାରୁ ୫୦ ଲିଟର ମଦ , ବାଇକ୍ ଜବତ କରାଯାଇଛି।