Advertisement
Categories: ଜାତୀୟ

ଅବଦୁଲ୍ଲାଙ୍କ ଉପହାସର ଉତ୍ତର ରଖିଲେ ଜୟା

ରାମପୁର,୨୨।୪: ନିକଟରେ ସମାଜବାଦୀ ପାର୍ଟି(ଏସ୍‌ପି) ନେତା ଆଜମ୍‌ ଖାଁ ଭାଜପା ନେତ୍ରୀ ଜୟାପ୍ରଦାଙ୍କ ସମ୍ପର୍କରେ ଏକ ବିବାଦୀୟ ବୟାନ ଦେଇ ଆସିଥିଲେ ଚର୍ଚ୍ଚାକୁ। ଏବେ ତାଙ୍କ ପଥ ଅନୁସରଣ କରିଛନ୍ତି ପୁଅ ଅବଦୁଲ୍ଲା ଆଜମ ଖାଁ। ସେ ଜୟାପ୍ରଦାଙ୍କୁ ‘ଅନାରକଲି’ ବୋଲି କହି ଆସିଛନ୍ତି ଚର୍ଚ୍ଚାକୁ। ଏହାର ଉତ୍ତରରେ ଜୟାପ୍ରଦା କହିଛନ୍ତି ଜଣେ ଶିକ୍ଷତ ବ୍ୟକ୍ତି ହିସାବରେ ଅବଦୁଲ୍ଲାଙ୍କଠାରୁ ଏମିତି ଆଶା କରାଯାଏନି। କିନ୍ତୁ ବାପା ଯେମିତି ପୁଅ ସେମିତି ହୋଇଥିବାରୁ ତାଙ୍କଠାରୁ ଆଉ ଅଧିକ ବି କ’ଣ ଆଶା କରାଯାଏ। ତେଣୁ ଏଭଳି ମନ୍ତବ୍ୟକୁ ନେଇ ମୋର ମନଦୁଃଖ କରିବାର ନାହିଁ କି ଖୁସି ହେବାର ନାହିଁ ବୋଲି କହିଛନ୍ତି ଜୟାପ୍ରଦା।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share