ଅବରାମଙ୍କ ଫଟୋଶୁଟ୍‌, ଭାଇରାଲ ହେଉଛି କ୍ୟୁଟ୍‌ ଲୁକ୍‌

ବମ୍ବେ: ବଲିଉଡ୍‌ ବାଦଶାହା ଶାହରୁଖ ଖାନ୍‌ଙ୍କ ପୁଅ ଅବରାମ ଜଣେ ଚର୍ଚ୍ଚିତ ଷ୍ଟାରକିଡ୍‌। ଏବେ ନିଜର ଫଟୋଶୁଟ୍‌ କରାଇ ସେ ଚର୍ଚ୍ଚାରେ। ମା’ ଗୌରୀ ନିଜର ସୋସିଆଲ ଆକାଉଣ୍ଟରେ ଏହାର କିଛି ଫଟୋ ଶେୟାର କରିଛନ୍ତି। ଏଥିରେ ମଡର୍ନ ଡ୍ରେସ୍‌ ସାଙ୍ଗକୁ ଅବରାମ ହାଲକା ହସିଥିବା ଦେଖିବାକୁ ମିଳିଛି। କ୍ୟାମେରାକୁ ଭଲ ପାଉ ଥିବାରୁ ସେ ଏପରି କରିଥିବା ଗୌରୀ କହିଛନ୍ତି।

ଏବେ ଅବରାମଙ୍କୁ ମାତ୍ର ୬ ବର୍ଷ। ହେଲେ ବାପା ଶାହରୁଖଙ୍କ ସେ ନୟନପିତୁଳା। ଉତ୍ସବ ହେଉ ଅବା ଖେଳ ପଡ଼ିଆ ଅବରାମ ସବୁବେଳେ ବାପାଙ୍କ ସହ ରହିଥାନ୍ତି। ଏହି ସମୟରେ କେହି ଫଟୋ ଉଠାଇବାକୁ ଚେଷ୍ଟା କଲେ ସେ ମନା କରନ୍ତି ନାହିଁ। ବେଶ୍‌ ଭଲ ଭାବେ ସେ କ୍ୟାମେରା ସମ୍ମୁଖରେ ପୋଜ୍‌ ଦେଇଥାନ୍ତି। ଏଣୁ ଫଟୋଶୁଟ୍‌ ସମୟରେ ସେ କ୍ୟାମେରାକୁ ସଠିକ ପୋଜ୍‌ ଦେଇଥିବା ଅନେକ କହୁଛନ୍ତି। ତେବେ ନିକଟରେ ସେ ସ୍କୁଲର ବାର୍ଷିକୋତ୍ସବରେ ମେକ୍‌ଅପ୍‌ ସହ ଲିପ୍‌ଷ୍ଟିକ୍‌ ଲଗାଇଥିବା ଲକ୍ଷ୍ୟ କରାଯାଇଥିଲା। ଏହି ସମୟର ଅନେକ ଫଟୋ ଭାଇରାଲ ମଧ୍ୟ ହୋଇଥିଲା।

Share