ଅବଶିଷ୍ଟ ମାଟ୍ରିକ ପରୀକ୍ଷାରେ ସ୍ବଚ୍ଛତା ପାଇଁ ଅଣ୍ଟା ଭିଡିଲା ବୋର୍ଡ; ସିସିଟିଭି ଭାଙ୍ଗିଲେ ଦାୟୀ ହେବେ ଅଧୀକ୍ଷକ: ମନ୍ତ୍ରୀ

ଭୁବନେଶ୍ୱର,୨୧।୨(ବ୍ୟୁରୋ): ଚଳିତ ବର୍ଷ ମାଟ୍ରିକ ପରୀକ୍ଷାକୁ ଶୃଙ୍ଖଳିତ କରିବା ପାଇଁ ପରୀକ୍ଷାକେନ୍ଦ୍ରରେ ସିସିଟିଭି ଲଗାଯାଇଛି। ହେଲେ ଅଧିକାଂଶ ସ୍ଥାନରେ ଏହାକୁ ଭାଙ୍ଗି ଦିଆଯାଉଥିବା ନେଇ ଖବର ପ୍ରସାରିତ ହେଉଛି। ଏହାକୁ ନେଇ ପ୍ରତିକ୍ରିୟା ରଖି ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ କହିଛନ୍ତି, ପରୀକ୍ଷାକେନ୍ଦ୍ରରେ ସିସିଟିଭି ଭାଙ୍ଗିଲେ ସମ୍ପୃକ୍ତ କେନ୍ଦ୍ରର ଅଧୀକ୍ଷକ ଦାୟୀ ହେବେ ବୋଲି ସେ କହିଛନ୍ତି।

ସେହିଭଳି ପରୀକ୍ଷା ଆରମ୍ଭରୁ ପ୍ରଶ୍ନପତ୍ର ଲିକ୍‌ ନେଇ ଅଭିଯୋଗ ଆସିବା ପରେ ସ୍କୁଲ ଓ ଗଣଶିକ୍ଷା ବିଭାଗର ତତ୍ପରତା ଦେଖାଇଛି। ଅବଶିଷ୍ଟ ପରୀକ୍ଷାରେ ସ୍ବଚ୍ଛତା ଆଣିବାକୁ ବୋର୍ଡ ଅଣ୍ଟା ଭିଡ଼ିଛି। ସବୁ କେନ୍ଦ୍ରର ସୁପରିଟେଣ୍ଡଣ୍ଟଙ୍କ ସହ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ବୋର୍ଡ ଆଲୋଚନା କରିଛି। କେଉଁ ଶିକ୍ଷକଙ୍କୁ କେଉଁ କେନ୍ଦ୍ରରେ ନିଯୁକ୍ତ କରାଯିବ ସେଥିନେଇ ନିଷ୍ପତ୍ତି ନେବାକୁ କୁହାଯାଇଥିବା ମନ୍ତ୍ରୀ କହିଛନ୍ତି।

Share