କେନ୍ଦୁଝର,୨୦ା୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): ଦୁର୍ନୀତିଗ୍ରସ୍ତ କର୍ମଚାରୀଙ୍କ ବଦଳି, ଅବସରପ୍ରାପ୍ତ ଶିକ୍ଷକ ଓ କର୍ମଚାରୀଙ୍କ ବକେୟା ପାଉଣା ପୈଠ, ଅତିଥି ଶିକ୍ଷକ ନିଯୁକ୍ତି, ଉଚ୍ଚ ନ୍ୟାୟାଳୟଙ୍କ ଆଦେଶ ପାଳନ କରି ଦରମା ପୁନଃ ନିର୍ଦ୍ଧାରଣ ଓ ଏସିପିଓ ଏମ୍ଏସିପି ମଞ୍ଜୁରୀ, ଯଥା ସମୟରେ ଜିଆରଏସ୍ ପ୍ରଦାନ ଦାବିରେ ଓଡ଼ିଶା ମାଧ୍ୟମିକ ସ୍କୁଲ ଅବସରପ୍ରାପ୍ତ ଶିକ୍ଷକ ଓ କର୍ମଚାରୀ ସଂଘ ପକ୍ଷରୁ ସୋମବାର ଜିଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି। ଜିଲାର ଅବସର ନେଇଥିବା ଶିକ୍ଷକ ଓ କର୍ମଚାରୀମାନେ ସାମିଲ ହୋଇ ପ୍ରତିବାଦ ଜଣାଇଛନ୍ତି।