ଅବସରପ୍ରାପ୍ତ ସୈନିକଙ୍କ ବାସଗୃହରୁ ଚୋରି: ସାଇଣ୍ଟିଫିକ୍‌ ଟିମ୍‌ର ତଦନ୍ତ ଆରମ୍ଭ

ଜଗନ୍ନାଥ ପ୍ରସାଦ,୨୧।୧୦ (ଡି.ଏନ୍‌. ଏ.) ଗଞ୍ଜାମ ଜିଲା ଜଗନ୍ନାଥ ପ୍ରସାଦ ଥାନା ପଞ୍ଚଭୂତି ଗ୍ରାମରେ ଶନିବାର ମଧ୍ୟରାତ୍ରିରେ ଅବସରପ୍ରାପ୍ତ ସୈନିକ ସୁଦର୍ଶନ ନାୟକଙ୍କ ଘରୁ ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଛି।
ଅଭିଯୋଗ ଅନୁଯାୟୀ, ଘରେ ସମସ୍ତେ ଶୋଇବା ପରେ ଦୁର୍ବୃତ୍ତ ଆଲ୍‌ମାରି ଲକର ଭାଙ୍ଗି ୧୦ହଜାର ଟଙ୍କା, ୨ ସୁନା ଚେନ, ୩ ସୁନା ମୁଦି, ମୋବାଇଲ ସମେତ ବହୁ ବ୍ୟବହାର୍ଯ୍ୟ ସାମଗ୍ରୀ ଚୋରି କରି ନେଇଥିଲେ। ପୋଲିସ କେସ୍‌ ନମ୍ବର ୧୭୧/୧୯ ମାମଲା ରୁଜୁକରିବା ସହ ସାଇଣ୍ଟଫିକ୍‌ ଟିମ୍‌ ସନ୍ଧାନୀ କୁକୁର ପହଞ୍ଚି ତଦନ୍ତ ଜାରି ରହିଛି।