ଅବସର ଗ୍ରହଣ ପରେ ଉପହାରରେ ମିଳିଲା କାର୍‌-ବୁଲେଟ- ହୁକ୍କା

ସୋନିପତ୍‌,୪।୨: ଅବସର ଗ୍ରହଣ କରିବା ସମୟରେ କର୍ମଚାରୀଙ୍କ ସମ୍ମାନରେ କେତେକ କାର୍ଯ୍ୟାଳୟରେ ସହକର୍ମୀମାନଙ୍କ ଦ୍ୱାରା ଏକ ସଭାର ଆୟୋଜନ କରାଯାଇଥାଏ। ଏହି ସଭାରେ ଅବସର ନେଉଥିବା କର୍ମଚାରୀଙ୍କୁ କିଛି ଉପହାର ପ୍ରଦାନ କରାଯାଇଥାଏ। ତେବେ ହରିୟାଣା ସୋନିପତ୍‌ରେ ଅବସର ଗ୍ରହଣ କରିଥିବା ଜଣେ ଚିନିକଳ ନିରୀକ୍ଷକଙ୍କୁ ଉପହାରରେ ୫୦୦ ଚାଷୀ କାର୍‌,ବୁଲେଟ ଏବଂ ହୁକ୍କା ପ୍ରଦାନ କରିଛନ୍ତି। ଚିନିକଳ ନିରୀକ୍ଷକ ମହାବୀର ସିଂଙ୍କୁ ସ୍ଥାନୀୟ ଅଞ୍ଚଳର ଚାଷୀମାନେ ୧୫ ଲକ୍ଷ ଟଙ୍କାର କାର୍‌, ଅଢ଼େଇ ଲକ୍ଷ ଟଙ୍କାର ବୁଲେଟ୍‌, ୧୦ ଲକ୍ଷ ଟଙ୍କାର ମାଳ ଏବଂ ହୁକ୍କା ଉପହାର ଦେଇଛନ୍ତି। ମହାବୀରଙ୍କ ୩୫ ବର୍ଷ କାର୍ଯ୍ୟକାଳ ମଧ୍ୟରେ ସେ ସଦାସର୍ବଦା ଚାଷୀଙ୍କ ହିତ ପାଇଁ କାର୍ଯ୍ୟ କରିଥିବାରୁ ତାଙ୍କୁ ଏଭଳି ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିବା ଚାଷୀମାନେ କହିଛନ୍ତି।

Share