ଅବସର ନେଇ ଧୋନୀ କିଛି କହିନାହାନ୍ତି: କୋହଲି

ମାଞ୍ଚେଷ୍ଟର,୧୧।୭(ପି.ଟି.)- ଅଭିଜ୍ଞ ମହେନ୍ଦ୍ର ସିଂ ଧୋନୀ ଅବସର ତଥା ତାଙ୍କ ଭବିଷ୍ୟତ ଯୋଜନା ନେଇ କିଛି ସୂଚନା ଦେଇ ନାହାନ୍ତି ବୋଲି ଅଧିନାୟକ ବିରାଟ କୋହଲି କହିଛନ୍ତି। ସେମିଫାଇନାଲରେ ନ୍ୟୁଜିଲାଣ୍ଡଠାରୁ ହାରିବା ପରେ ଧୋନୀ ଅବସର ଘୋଷଣା କରିବେ ବୋଲି ଚର୍ଚ୍ଚା ଚାଲିଥିବା ବେଳେ କୋହଲି ଏ ନେଇ ସ୍ପଷ୍ଟ କରିଛନ୍ତି। ଆଗାମୀ ଓ୍ବେଷ୍ଟଇଣ୍ଡିଜ ଗସ୍ତ ପାଇଁ ଖୁବ୍‌ଶୀଘ୍ର ଦଳ ଘୋଷଣା କରାଯିବ। ଏଭଳି ସ୍ଥିତିରେ ସେ କିଛି ସ୍ପଷ୍ଟ କରି ନାହାନ୍ତି। ତେଣୁ ସେ ନେଇ କିଛି କହିବା ଠିକ୍‌ ହେବ ନାହିଁ ବୋଲି ସେ ମ୍ୟାଚ୍‌ ପରେ କହିଛନ୍ତି। ଧୋନୀ ଓ ଜାଡେଜାଙ୍କ ବ୍ୟାଟିଂକୁ କୋହଲି ପ୍ରଶଂସା କରିଥିଲେ। କ୍ଷତି ଭରଣା କରିବା ପାଇଁ ଓ ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିବା ପାଇଁ ଧୋନୀଙ୍କୁ ୭ ନମ୍ବରରେ ବ୍ୟାଟିଂ କରିବାକୁ ସୁଯୋଗ ଦିଆଯାଇଥିଲା।

Share