ନୂଆଦିଲ୍ଲୀ,୧୪ା୬: ଆଗାମୀ ୩ ମାସ ମଧ୍ୟରେ ପଶ୍ଚିମବଙ୍ଗ, କର୍ନାଟକ ଓ ଉତ୍ତରପ୍ରଦେଶ ସମେତ ୯ ରାଜ୍ୟର ରାଜ୍ୟପାଳଙ୍କ କାର୍ଯ୍ୟକାଳ ଶେଷ ହେଉଛି। ଏଥିସହ କେନ୍ଦ୍ର ସରକାର ଭାଜପାର ବରିଷ୍ଠ ନେତ୍ରୀ ସୁଷମା ସ୍ବରାଜ, ଉମା ଭାରତୀ ଓ ଲୋକ ସଭାର ପୂର୍ବତନ ବାଚସ୍ପତି ସୁମିତ୍ରା ମହାଜନଙ୍କୁ ରାଜ୍ୟପାଳଭାବେ ଅବସ୍ଥାପିତ କରିପାରନ୍ତି ବୋଲି କୁହାଯାଉଛି। ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା ଲାଗି ଅଲଗା ରାଜ୍ୟପାଳ ପଠାଯିବା, ମିଜୋରାମ, ରାଜସ୍ଥାନ, ଗୁଜରାଟ, ଗୋଆ, ମହାରାଷ୍ଟ୍ର, ନାଗାଲାଣ୍ଡରେ ନୂଆ ରାଜ୍ୟପାଳଙ୍କୁ ଦାୟିତ୍ୱ ଦିଆଯିବା ଲାଗି ମୋଦି ସରକାର ଚିନ୍ତା କରୁଛନ୍ତି।
ରାଜ୍ୟପାଳ ଓ.ପି. କୋହଲିଙ୍କ କାର୍ଯ୍ୟକାଳ ଜୁଲାଇରେ ଶେଷ ହେଉଥିବାବେଳେ ଗୋଆ ରାଜ୍ୟପାଳ ମୃଦୁଳା ସିହ୍ନାଙ୍କ କାର୍ଯ୍ୟକାଳ ଅଗଷ୍ଟରେ ସରୁଛି। ମହାରାଷ୍ଟ୍ର ରାଜ୍ୟପାଳ ସିି. ବିଦ୍ୟାସାଗର ରାଓଙ୍କ କାର୍ଯ୍ୟକାଳ ଓ ନାଗାଲାଣ୍ଡ ରାଜ୍ୟପାଳ ପି.ବି. ଆଚାର୍ଯ୍ୟଙ୍କ କାର୍ଯ୍ୟକାଳ ଆଗାମୀ ଦୁଇମାସ ମଧ୍ୟରେ ଶେଷ ହେଉଛି।home