ଅବସାଦ ଦୂର କରିବା ପାଇଁ..

ଅତ୍ୟଧିକ କାର୍ଯ୍ୟଚାପ ଓ କେତେକ ପାରିପାର୍ଶ୍ୱିକ ପରିସ୍ଥିତିର ବଶବର୍ତ୍ତୀ ହୋଇ ଅନେକେ ଅବସାଦଗ୍ରସ୍ତ ହୋଇଥାଆନ୍ତି। ଏହାର ପ୍ରଭାବ ମାନସିକତା ଉପରେ ପଡ଼ିଥାଏ। ଫଳରେ ସଂପୃକ୍ତ ବ୍ୟକ୍ତି କୌଣସି କାମକୁ ଠିକ୍‌ ଭାବରେ ସମ୍ପାଦନ କରିପାରି ନ ଥାଆନ୍ତି। ହେଲେ ଏହାଠାରୁ ନିଜକୁ ଦୂରେଇ ରଖିବା ଲାଗି ପ୍ରଥମେ ନିଜର ସାମର୍ଥ୍ୟ ଅନୁସାରେ କାମ କରନ୍ତୁ। କୌଣସି କଥାକୁ ନେଇ ଅଧିକ ଚିନ୍ତାଗ୍ରସ୍ତ ହୁଅନ୍ତୁ ନାହିଁ। ଯେତେସମ୍ଭବ ନିଜ ମାନସିକତାକୁ ସକାରାତ୍ମକ ରଖିବାକୁ ଚେଷ୍ଟା କରନ୍ତୁ। ଯେଉଁ କାର୍ଯ୍ୟ କରୁଛନ୍ତି, ସେ ନେଇ ନିଜକୁ ପ୍ରଥମେ ମାନସିକ ସ୍ତରରେ ପ୍ରସ୍ତୁତ କରନ୍ତୁ। ମନ ପସନ୍ଦର ହାଲୁକା ସଙ୍ଗୀତ ଶୁଣନ୍ତୁ। ଯଦି ଅବସାଦକୁ ନେଇ ଅଧିକ ଚିନ୍ତିତ, ତେବେ ବିଳମ୍ବ ନ କରି ଅଭିଜ୍ଞ ମାନସିକ ରୋଗ ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ।