ଅବହେଲିତ ଗାଁ ବାହାବଲ: ସରକାରୀ ଯୋଜନା ବାଟବନା

କଣ୍ଟାବାଞ୍ଜି, ୧୧ା୧୨(ଡି.ଏନ.ଏ.)-ବଲାଙ୍ଗୀର ଜିଲା ତୁରେକେଲା ବ୍ଲକ ଢୋଲମାନ୍ଦଲ ପଁଚେତ୍‌ ଅଧୀନ ମାଓବାଦୀ ପରଭାବିତ ଗଁା ବାହାବଲ। ଇ ଗଁାରେ ବାସ କରୁଛନ୍‌ ୨୮୫ ଆଦିବାସୀ ଆର ହରିଜନ ପରିବାର। ୨ ଓ୍ବାର୍ଡ ଥିବାର ଇ ଗଁାରେ ସରକାରକଁର ଅନେକ ବିକାଶ ମୂଲକ କାଯ୍‌ ଆର ଦାରିଦ୍ର୍ୟଦୂରୀକରଣ ଯୋଜନା ବାଟବନା ହେଇଛେ। ଗଁାର ବଡ଼ଭାଗି ଲୋକ ଖଟିଖିଆ ହେଇଥିଲାବେଲେ କାମ୍‌ଧଁଦା ଅଭାବୁ ଦାଦନ ଖଟିଯାଉଛନ୍‌। ଗଁାରେ ବଡ଼ଭାଗି ଲୁକ୍‌କୁ ରାଶନ କାର୍ଡ ମିଲିଛେ ସତ୍‌। ହେଲେ ପରିବାରର ମୁଖିଆକେ ଛାଡ଼ିଦେଲେ କାର୍ଡରେ ବାକି କାହାରି ନଁା ନଁାଇଁନ। ଗଁାରେ ଏଭେ ବି ଅନେକ ଗରିବ୍‌ ପରିବାର ସରକାରୀ ଯୋଜନାରେ ଘର ପାଏବାରୁ ବଁଚିତ୍‌ ହେଇ ରହିଛନ୍‌। ଜଗତ ଭୋଇ, ଯଶୋଦା ବନଗୁଲା, ପ୍ରେମ ବନଗୁଲା, ବାସୁ ଭୋଇ, ଜଗସନ ବନଗୁଲା, ନୀର ବନଗୁଲା, ଅର୍ଜୁନ ବନଗୁଲା, ଧରମ ବନଗୁଲା, ସୁବାସିନୀ ବନଗୁଲା, ସୁବନାଥ ନାଗ, ଉପାସି ବନଗୁଲାକଁର ମାଏଟ୍‌ ଘରମାନ ଭାଂଗି ଯାଇଥିଲେ ବି ଆବାସ ଯୋଜନାରୁ ବଁଚିତ୍‌ ହେଇ ରହିଛନ୍‌। ଇମାନେ ସଭେ ପକାଘର ଲାଗି ବାରବାର ଆବେଦନ କରି ନିରାଶ ହେଇଛନ୍‌। ସେନ୍‌ତା ଗଁାବାସୀକର ପିଇଲା ପାଏନ୍‌ ସୁବିଧା ଲାଗି ଗଁାରେ ଗୁଟେ ଜଳଯୋଗାଣ ପ୍ରକଳ୍ପ କାମ୍‌ ମୂଲ ହେଇଛେ। ହେଲେ ସେଟା ଅଧାପନ୍‌ତରିଆ ଅବସ୍‌ତାରେ ପଡ଼ିରହିଛେ। ଏନ୍‌ତାଥି ଗଁାବାସୀ ଗଁାରେ ଥିବାର ୨ଟା ନଲ୍‌ଚୁଅଁାରୁ ପାଏନ୍‌ ନେଇ କାମ୍‌ ଚଲଉଛନ୍‌। ଆଏଜ୍‌କେ ୩ ବଛର ତଲେ ବାହାବଲ ଗଁାରେ ଗୁଟେ ସ୍ବାସ୍ଥ୍ୟ ଉପକେନ୍ଦ୍ର ଖୁଲିଥିଲା। ହେଲେ ସେଟା ଆଏଜ୍‌ତକ କାଯ୍‌କ୍ଷମ ନାଇଁ ହେଇପାରି। ଇଠାନେ ଚାକରି କରୁଥିବାର ଏଏନ୍‌ଏମ୍‌ ଆର ଉନିଆ କରମ୍‌ଚାରୀ ଦିନେ ବି ଗଁାକେ ନାଇଁ ଆଏବାର। ଏନ୍‌ତାଥି ଖାସ୍‌, ଛିଁକ୍‌ରେ ବି ଗଁାବାସୀ ୧୫ କି.ମି. ଦୂରିଆ ତୁରେକେଲା ଡାକ୍‌ତରଖାନାକେ ଚିକିଛା ଲାଗି ଯାଉଛନ୍‌। ଇ ବାବ୍‌ଦେ ଢୋଲମାନ୍ଦଲ ପଁଚେତ୍‌ ସରପଁଚ୍‌ ବିଶ୍ୱାମିତ୍ର ଛତ୍ରିଆ କହିଛନ୍‌ ଯେ, ୨୦୧୧ ଜନଗଣନା ତାଲିକାରୁ ହିତାଧିକାରୀ ବଛା ଯାଉଛେ। ପଁଚେତ୍‌କେ କୁଟା ହିସାବେ ବଛରକ ୨ଟା ଘର ଆସୁଛେ। ସେଥିରଲାଗି ବହୁତ୍‌ ଲୋକ୍‌ ଘର ନାଇଁ ପାଇପାରବାର। ରାଶନ କାର୍ଡ ଉପରେ ଅନେକ ଥର ପଁଚେତ୍‌ ସମିତି ମିଟିଂରେ ଅଭିଯୋଗ କରିଛେଁ। ଇ ବାବ୍‌ଦେ ବ୍ଲକ ଆର ଜିଲା ପରଶାସନକେ ଲେଖିଛେଁ।

Share