‘ଅବହେଳିତଙ୍କୁ ମାଗଣା ଖାଦ୍ୟ ଦିଅ’

ଭୁବନେଶ୍ୱର,୨୮ା୩(ବ୍ୟୁରୋ): କରୋନା(କୋଭିଡ୍‌-୧୯) ସଂକ୍ରମଣ ଭୟଙ୍କର ହେବାରେ ଲାଗିଛି। ଏହାକୁ ରୋକିବା ଲାଗି ସମଗ୍ର ଦେଶକୁ ଲକ୍‌ଡାଉନ୍‌ କରାଯାଇଛି। ଏହି ସମୟରେ ଭିକ୍ଷାବୃତ୍ତି କରୁଥିବା ବ୍ୟକ୍ତି, ଅବହେଳିତ, ଯାଯାବର ଏବଂ ଭୋକିଲା ରହୁଥିବା ଲୋକମାନଙ୍କୁ ରନ୍ଧା, ଶୁଖିଲା କିମ୍ବା ପ୍ୟାକେଟ ଖାଦ୍ୟ ଯୋଗାଇଦେବା ଲାଗି ବ୍ୟବସ୍ଥା କରିବାକୁ ଜିଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏ ନେଇ ଶୁକ୍ରବାର ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସମସ୍ତ ଜିଲାପାଳଙ୍କୁ ଚିଠି ଲେଖାଯାଇଛି। ଚିଠିରେ କୁହାଯାଇଛି ଯେ ରାଜ୍ୟରେ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ଜାରି ରହିଥିବା ବେଳେ ସହରାଞ୍ଚଳରେ ଭିକ୍ଷାବୃତ୍ତି କରୁଥିବା ବ୍ୟକ୍ତି, ଅବହେଳିତ, ଯାଯାବର ଏବଂ ଭୋକିଲା ଲୋକମାନେ ଖାଦ୍ୟାଭାବ ନେଇ ଦୁର୍ଦ୍ଦିନରେ କାଳ କାଟୁଛନ୍ତି। ସେମାନଙ୍କୁ ମାଗଣାରେ ଦିନ ରାତି ରନ୍ଧା ଖାଦ୍ୟ, ଶୁଖିଲା କିମ୍ବା ପ୍ୟାକେଟ ଖାଦ୍ୟ ଦେବାକୁ ଜିଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏଥିପାଇଁ ଖର୍ଚ୍ଚ ହେବାକୁ ଥିବା ଅର୍ଥ ରେଡକ୍ରସ ପାଣ୍ଠିରୁ କରିବାକୁ କୁହାଯାଇଛି।

Share