Categories: ଭଦ୍ରକ

ଅବହେଳିତ ଗଁ। ତୁଳିପଦୀ

ବନ୍ତ, ୧୦ା୧୦(ସ୍ବ.ପ୍ର.)- ଭଦ୍ରକ ଜିଲା ବନ୍ତ ବ୍ଲକ ଗୋପୀନାଥପୁର ପଞ୍ଚାୟତ ଅଧୀନ ତୁଳିପଦୀ ଗଁ। ଅବହେଳିତ। ଯାତାୟାତ ଲାଗି ଏହି ଗଁ। କୁ ସବୁଦିନିଆ ଭଲ ରାସ୍ତା ନାହିଁ। ଗଁ। ମୁଣ୍ଡରେ ଥିବା ବିଦ୍ୟାଳୟକୁ ଭଲ ରାସ୍ତା ନ ଥିବାରୁ ପାଣି କାଦୁଅରେ ପିଲାମାନଙ୍କୁ ସ୍କୁଲ ଯିବାକୁ ପଡ଼ିଥାଏ। ଲଘୁଚାପ ବର୍ଷାରେ ସେମାନେ ବିଦ୍ୟାଳୟକୁ ଯାଇପାରନ୍ତି ନାହିଁ। ଫଳରେ ବର୍ଷାଦିନେ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼େ। ଗଁ। କୁ ସଂଯୋଗ କରୁଥିବା ଅଣଓସାରିଆ ରାସ୍ତା ଯାତାୟାତ ଅନୁପଯୋଗୀ ହୋଇଛି। ହେଲେ ପକ୍କା ରାସ୍ତା ନିର୍ମାଣ ପାଇଁ ପ୍ରଶାସନ ପକ୍ଷରୁ ଦୃଷ୍ଟି ପଡୁ ନ ଥିବାରୁ ଗଁ। ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
ବନ୍ତ ବ୍ଲକର ଶେଷ ସୀମାରେ ବାଲେଶ୍ୱର ଜିଲାର ଖଇରା ବ୍ଲକକୁ ଲାଗି ରହିଛି ଏହି ଗଁ।  । ସାନ ତୁଳିପଦୀ ଓ ବଡ଼ ତୁଳିପଦୀ ୨ଟି ସାହିରେ ଗଁ।  ବିଭକ୍ତ। ୨ ସାହିକୁ ସଂଯୋଗ କରୁଥିବା ରାସ୍ତା ମାଟିର ହୋଇଥିବାରୁ ବର୍ଷା ହେଲେ ଯାତାୟାତ କରିବାରେ ଲୋକେ ଅସୁବିଧା ଭୋଗୁଛନ୍ତି। ଗଁ। ରେ ୪୫୦ରୁ ଊର୍ଦ୍ଧ୍ୱ ଲୋକ ବସବାସ କରୁଥିବାବେଳେ ପ୍ରାୟ ୭୦ ପରିବାର ଅନୁସୂଚିତ ଜାତିର ଅଛନ୍ତି। ଗଁ।  ପାର୍ଶ୍ୱ ଦେଇ ପ୍ରବାହିତ କାହ୍ନେଇ ନାମକ ଏକ ଛୋଟିଆ ନଦୀ ଗଁ।ର ବିକାଶରେ ବାଧକ ସାଜିଛି। ରାମପୁର ବ୍ରାଞ୍ଚ କେନାଲ ରାସ୍ତାରୁ ଏହି ଗ୍ରାମକୁ ଯାଇଥିବା ୨କି.ମି. ଅଣଓସାରିଆ ମାଟି, ମୋରମ ରାସ୍ତା ବର୍ଷା ସମୟରେ କାଦୁଅ ପାଣିରେ ଜୁଡୁବୁଡୁ ହେଉଥିବାରୁ ଯାତାୟାତରେ ସମସ୍ୟା ହୋଇଥାଏ। ଗଁ।  ଭିତରେ କିଛି ରାସ୍ତା କଂକ୍ରିଟ ହୋଇଥିବା ବେଳେ ବାକି ରାସ୍ତାରେ ଗାଡ଼ି ସାଇକେଲ ତ ଦୂରର କଥା ଜୋତା ହାତରେ ଧରି ଯାଉଥିବା ଦୁଃଖର ସହ ଗ୍ରାମବାସୀ ପ୍ରକାଶ କରିଛନ୍ତି। ସେହିପରି ଜରୁରୀ ସମୟରେ ଦମକଳ ଓ ଆମ୍ବୁଲାନ୍ସ ଗଁ।କୁ ପଶିପାରୁ ନ ଥିବାରୁ ଗୁରୁତର ରୋଗୀଙ୍କୁ ସାଙ୍ଗିଭାରରେ କେନାଲ ରାସ୍ତା ପର୍ଯ୍ୟନ୍ତ ବୋହି ନେବାକୁ ପଡ଼ିଥାଏ। ଲଗାଣ ବର୍ଷାରେ ନଦୀରେ ପାଣି ବଢ଼ି ଯାଉଥିବାରୁ ଚାଷଜମି ଜଳମଗ୍ନ ହୋଇ ଫସଲ ନଷ୍ଟ ହୋଇଯାଇଥାଏ। ଚାଷ ଗଁ। ଲୋକଙ୍କର ଏକମାତ୍ର ସାହା ହୋଇଥିବା ବେଳେ ଉଜୁଡି ଯାଉଥିବାରୁ ସେମାନଙ୍କର ଆର୍ଥିକ ବିକାଶ ହୋଇପାରୁ ନାହିଁ। ଗ୍ରାମରେ ଥିବା ଏକମାତ୍ର ପ୍ରାଥମିକ ବିଦ୍ୟାଳୟକୁ ଛାତ୍ରୀଛାତ୍ର ବିଲ ହିଡ଼ ଦେଇ ଯିବାଆସିବା କରନ୍ତି। ଗଁ। କୁ ଭଲ ରାସ୍ତା ଓ ନଦୀ ପାର୍‌ ହେବା ପାଇଁ ଏକ ପୋଲ ନିର୍ମାଣ କରାଯିବାକୁ ଗ୍ରାମର ପଦ୍ମଲୋଚନ ଦାସ, ସନାତନ ଦାସ, ନିରଞ୍ଜନ ଦାସ, ମହେନ୍ଦ୍ର ଦାସ, କୈଳାସ ଦାସ ପ୍ରମୁଖ ଦାବି କରିଛନ୍ତି। ଏ ସମ୍ପର୍କରେ ବିଡିଓ ରେବେକା ବିଲୁଙ୍ଗଙ୍କୁ ପଚାରିବାରୁ କହିଛନ୍ତି, ଏତେ ଲମ୍ବା ରାସ୍ତା ନିର୍ମାଣ ପାଇଁ ଅର୍ଥ ଅଭାବ। ବିଧାୟକ କିମ୍ବା ଏମ୍‌ପିଙ୍କ ପାଣ୍ଠିରୁ ଅନୁଦାନରେ ଉକ୍ତ ରାସ୍ତା ନିର୍ମାଣ ସକାଶେ ଚେଷ୍ଟା କରାଯାଉଛି।