Categories: ଜାତୀୟ

ଅବିବାହିତ କଲାମ୍‌ଙ୍କର ଥିଲେ ୩ ପୁଅ; ସେମାନଙ୍କ ନାମ ଜାଣିଲେ ହେବେ ଆଶ୍ଚର୍ଯ୍ୟ…

ନୂଆଦିଲ୍ଲୀ,୧୫।୧୦: ଭାରତର ୧୧ ତମ ରାଷ୍ଟ୍ରପତି ଏ.ପି.ଜେ. ଅବଦୁଲ୍‌ କଲାମ୍‌ଙ୍କର ଜନ୍ମ ବାର୍ଷିକୀ ମଙ୍ଗଳବାର ପାଳିତ ହେଉଛି। ସେ ଚିରକୁମାର ଥିଲେ। ଅବିବାହିତ ହୋଇ ମଧ୍ୟ ତାଙ୍କର ୩ ଜଣ ପୁଅ ଥିଲେ। ଏକ ସାକ୍ଷାତ୍‌କାରରେ କଲାମ୍‌ ଜଣେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଏନେଇ ସୂଚନା ଦେଇଥିଲେ। କଲାମ୍‌ ଏକ କାର୍ଯ୍ୟକ୍ରମରେ ଛୋଟ ପିଲାଙ୍କ ସହିତ ଖୁସିରେ କଥାବାର୍ତ୍ତା କରୁଥିଲେ। ଏହି ସମୟରେ ଜଣେ ଗଣମାଧ୍ୟମ ପ୍ରତିନିଧି ତାଙ୍କୁ ପ୍ରଶ୍ନ କରିଥିଲେ ଯେ, ଆପଣଙ୍କର କୌଣସି ସନ୍ତାନ ସନ୍ତତି କାହିଁକି ନାହାଁନ୍ତି। ଏହାକୁ ନେଇ କଲାମ୍‌ ତତ୍‌କ୍ଷଣାତ୍‌ ଉତ୍ତର ଦେଇଥିଲେ। ଏହା ସମ୍ପୂର୍ଣ୍ଣ ମିଛ କଥା। ମୋର ୩ ପୁଅ ଅଛନ୍ତି। ସେମାନେ ହେଉଛନ୍ତି ପୃଥ୍ବୀ, ଅଗ୍ନି ଏବଂ ବ୍ରହ୍ମୋସ୍‌। କଲାମ୍‌ଙ୍କ ଉତ୍ତର ଶୁଣି ସେଠାରେ ସଭିଏଁ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏସବୁ ଥିଲା କଲାମ୍‌ଙ୍କ ତତ୍ତ୍ୱାବଧାନରେ ନିର୍ମିତ କ୍ଷେପଣାସ୍ତ୍ରର ନାମ। କଲାମ୍‌ ଏସବୁ କ୍ଷେପଣାସ୍ତ୍ରକୁ ତାଙ୍କ ପୁଅ ଭାବେ ଅଭିହିତ କରିଥିଲେ।

Share