ଅବିଶ୍ରାନ୍ତ ବର୍ଷା, ଅଶାନ୍ତ ସମୁଦ୍ର

ଭୋଗରାଇ, ୨୫।୧୦(ଡି.ଏନ.ଏ.)-ଲଘୁଚାପ ପ୍ରଭାବରେ ଭୋଗରାଇ ସମେତ ଆଖପାଖ ଅଞ୍ଚଳରେ ବୁଧବାରଠାରୁ ଅବିଶ୍ରାନ୍ତ ବର୍ଷା ଲାଗିରହିଛି। ତୁହାକୁ ତୁହା ବର୍ଷା ହେବା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଗୁରୁବାର ସାରାଦିନ ବର୍ଷା ପ୍ରକୋପରେ ଦୂରଦୂରାନ୍ତକୁ ଯାଉଥିବା ଯାତ୍ରୀବାହୀ ବସ୍‌, ଅଟୋଗୁଡ଼ିକରେ ଯାତ୍ରୀ ସଂଖ୍ୟା କମ୍‌ ପରିଲକ୍ଷିତ ହୋଇଥିଲା। ହାଟ, ବଜାର, ରାସ୍ତାଘାଟରେ ଲୋକଙ୍କ ଯାତାୟାତ ଏକ ପ୍ରକାର ଶୂନଶାନ୍‌ ହୋଇଛି। ଆହୁରି ଦୁଇଦିନ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ରବିବାର ଅମାବାସ୍ୟା ତିଥି ଥିବାରୁ ସମୁଦ୍ର ଉତ୍ତାଳ ହୋଇଛି। ସମୁଦ୍ରର ଢ଼େଉ ତାଳସାରୀ, ଉଦୟପୁର, ଶଙ୍କରପୁର, ତାଜପୁର ଓ ମନ୍ଦାମଣୀ ଆଦି କୂଳ ଆଡ଼କୁ ମାଡ଼ି ଆସିବାରୁ କୂଳବାସୀ ଭୟଭୀତ ହୋଇପଡିଛନ୍ତି। ଏ ସମସ୍ତ ପର୍ଯ୍ୟଟନ ସ୍ଥଳୀରେ ସମୁଦ୍ରକୁ ନ ଯିବା ପାଇଁ ପର୍ଯ୍ୟଟକଙ୍କୁ ପ୍ରଶାସନ ପକ୍ଷରୁ ବାରଣ କରାଯାଇଛି। ଭୋଗରାଇରେ ୩୧.୨ ମି.ମି., ଜଳେଶ୍ୱରରେ ୧୧ମି.ମି., ବାଲିଆପାଳରେ ୨୫ମି.ମି., ବସ୍ତାରେ ୪୬ ମି.ମି. ସହିତ ଜିଲାରେ ସର୍ବମୋଟ୍‌ ୩୩୦.୨ ମି.ମି. ବର୍ଷା ହୋଇଥିବା ଜରୁରୀକାଳୀନ ଦପ୍ତର ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

କାଲି ପୋଲିସର ଭୁବନେଶ୍ୱରରେ ବଡ଼ ବୈଠକ, ଯୋଗଦେବେ…

ଭୁବନେଶ୍ୱର,୨୧।୯: ତୀବ୍ର ହେଲା ଭରତପୁର ପୋଲିସ-ମେଜର ବିବାଦ। ଘଟଣାକୁ ନେଇ ବଡ଼ ବୈଠକ ଡାକିଲା ଓଡ଼ିଶା ପୋଲିସ ସେବା ସଂଘ। ଏନେଇ ରବିବାର ଭୁବନେଶ୍ବରରେ ବସିବ...

୫୦ ଟଙ୍କା ନେଇ ଧରାପଡ଼ିଲେ ମୋ ସେବା କେନ୍ଦ୍ର ମାଲିକ

ରାଉରକେଲା,୨୧।୯(ସଙ୍ଗୀତା ଜେନା): ପ୍ଲାଣ୍ଟସାଇଟ୍‌ ଥାନା ଅନ୍ତର୍ଗତ ଷ୍ଟେଶନ ରୋଡ୍‌ରେ ଥିବା ଏକ ମୋ ସେବା କେନ୍ଦ୍ରର ମାଲିକ ସୁଭଦ୍ରା ଯୋଜନା ପାଇଁ ହିତାଧିକାରୀଙ୍କୁ ୫୦ ଟଙ୍କା...

ଲାଞ୍ଚ ନେଇ ଧରା ପଡିଲେ ୨ ପୋଲିସ ବାବୁ, ଜବତ ବାଇକ୍‌ ଫେରାଇବା ପାଇଁ…

ନବରଙ୍ଗପୁର,୨୧।୯: ଲାଞ୍ଚ ନେଇ ଧରାପଡ଼ଛନ୍ତି ୨ ପୋଲିସ କର୍ମଚାରୀ। ନବରଙ୍ଗପୁର ପାପଡ଼ାହାଣ୍ଡି ଥାନାର ୨ କର୍ମଚାରୀ ଲାଞ୍ଚ ନେଉଥିବା ଅବସ୍ଥାରେ ଧରା ପଡିଛନ୍ତି। ସେମାନେ ହେଲେ...

ମହୁମାଛି ନେଇଗଲେ ଜୀବନ…

ଲାଞ୍ଜିଗଡ଼,୨୧ା୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ବିଜେପୁର ଥାନା ଅନ୍ତର୍ଗତ ବେନଗାଁ ପଞ୍ଚାୟତର ବେତିଆପଡା ଗାଁରେ ମହୁମାଛି ଆକ୍ରମଣରେ ଜଣେ ବ୍ୟକ୍ତି ପ୍ରାଣ...

ଏମାନଙ୍କୁ ଆଦୌ ମିଳିବନି ସୁଭଦ୍ରା ଟଙ୍କା, ଆବେଦନ କଲେ ବି କଟିଯିବ…

ଭୁବନେଶ୍ୱର,୨୧।୯: ସୁଭଦ୍ରା ଯୋଜନାର ଶୁଭାରମ୍ଭ ପରେ ୨୫ ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ ଟଙ୍କା ଯାଇଛି। ପ୍ରାୟ ୧୨ ଶହ ୫୦ କୋଟି ଟଙ୍କା ସୁଭଦ୍ରା ହିତାଧିକାରୀଙ୍କ...

ଅଭିଯୋଗ ପ୍ରକୋଷ୍ଠରେ ରହିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ନିଜ ଘର ଦେଇଦେଲେ…

ଭୁବନେଶ୍ୱର,୨୧।୯: ଉଦାହରଣ ସୃଷ୍ଟିକଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଲୋକଙ୍କ ପାଇଁ ନିଜ ଘର ଦେଇଦେଲେ ମୁଖ୍ୟମନ୍ତ୍ରୀ। କେନ୍ଦୁଝରରେ ଥିବା ନିଜ ମଣ୍ଡୁଆ ବାସଭବନକୁ ଲୋକଙ୍କୁ ଉତ୍ସର୍ଗ...

ଗୋଟିଏ ଟ୍ରାକ୍‌ରେ ୨ ଟ୍ରେନ୍‌ ସାମ୍‌ନା ସାମ୍‌ନି

ରାଉରକେଲା,୨୧।୯(ଦିନେଶ ମିଶ୍ର): ରାଉରକେଲା ବାସନ୍ତୀ ରେଲୱେ ଓଭରବ୍ରିଜ ନିକଟରେ ଶନିବାର ଗୋଟିଏ ରେଳ ଦୁର୍ଘଟଣା ଟଳିଯାଇଛି। ଗୋଟିଏ ରେଳ ଟ୍ରାକ୍‌ରେ ଗୋଟିଏ ମାଲବାହୀ ଓ ଅନ୍ୟଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri