ଅବେବସ୍‌ତା ଘେରରେ ଅଙ୍ଗନଓ୍ବାଡି କେନ୍ଦ୍ର:ପୁଷ୍ଟିକର ଖାଏଦ୍‌ରୁ ବଁଚିତ୍‌ ଛାତ୍ରୀଛାତ୍ର

ଦେଓଗାଁ,୧୫।୬(ଡି.ଏନ୍‌.ଏ):
ବଲାଙ୍ଗୀର ଜିଲା ଦେଓଗଁ। ବ୍ଲକ ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ ଏହେଦେ ଦୁହୁଲିପଡ଼ିଛେ। ସିଡିପିଓ ପ୍ରତିମାରାଣୀ ଚୋପଦାର ମାସକେତେ ହେଲା ଦେଓଗଁ। ଆର ସଇଁତଲା ଉଭଏ ବ୍ଲକ ଦାଇତିଅରେ ଅଛନ୍‌। ଇଥିରଲାଗି ଯେନ୍‌ହିସାବେ କାମ୍‌ ହେବାର କଥା ନାଇଁ ହେଇପାରୁଥିବାର ଦେଖ୍‌ବାକେ ମିଲୁଛେ। ଇତାର ସୁଯୋଗ ନେଇ ବ୍ଲକର ବଡ଼ଭାଗି ଅଙ୍ଗନଓ୍ବାଡି କେନ୍ଦ୍ରମାନକେ ଛୁଆମାନକୁ ସରକାରୀ ନିରଦେଶନାମା ଅନ୍‌ସାରେ ପୁଷ୍ଟିକର ରଁଧା ଖାଏଦ୍‌ ଦେବାରେ ଅବହେଲା କରାଯାଉଥିବାର ଅଭିଯୋଗ ହେଉଛେ। ଅଭିଯୋଗ ହେଲେ ବି ବିଭାଗୀୟ ସୁପରଭାଇଜରମାନେ ଇ ଦିଗେ ତଦାରଖ ନାଇଁ କରୁଥିବାର ଅଭିଭାବକମାନେ ଅଭିଯୋଗ କରୁଛନ୍‌। ଏନ୍‌ତା ଗୁଟେ ଉଦାହରନ୍‌ ଶୁକୁରବାର ଦେଓଗଁ। ବ୍ଲକ ହାତିସରା ଅଙ୍ଗନଓ୍ବାଡି କେନ୍ଦ୍ରରେ ଦେଖ୍‌ବାକେ ମିଲିଛେ। ହାତିସରାର ଉଭଏ ‘କ’ ଆର ‘ଖ’ କେନ୍ଦ୍ରରେ ସରକାରୀ ମେନୁ ହିସାବେ ଶୁକୁରବାର ଛୁଆକୁ ରଁଧା ଖାଏଦ୍‌ରେ ଅଁଡା ଦେବାର ଜାଗାରେ ସୋୟାବଡ଼ି, ବେସନ ତରକାରୀ ଆର ଭାତ ଦିଆଯାଇଥିବାର ଦେଖ୍‌ବାକେ ମିଲିଥିଲା। ଇ ବାବ୍‌ଦେ ‘କ’ ଆର ‘ଖ’ କେନ୍ଦ୍ରର କରମୀ ମମିତା ଭୋଇ, ଶୁଭବତୀ କୁଅଁରକୁଁ ପଚରାଲାରୁ ଶୁକୁରବାର ରଜ ପରବ୍‌ ଆରମ୍‌ ହେଇଛେ, ସେଥିରଲାଗି ଛୁଆକୁ ଅଁଡା ଜାଗାରେ ସୋୟାବଡ଼ି, ବେସନ ତରକାରୀ ପିଲାକୁ ଦେଇଛୁଁ ବଲି କହିଥିଲେ। ସେନ୍‌ତା ଇ ବାବ୍‌ଦେ ଝନେ ଅଭିଭାବକ ନିଜର ନଁା ଗୁପତ ରଖି କହିଛନ୍‌ ଯେ, ଇ କେନ୍ଦ୍ରମାନକେ ବହୁତ୍‌ ଦିନ୍‌ ହେଲା ଛୁଆକୁ ରଁଧା ଖାଏଦ୍‌ରେ ଅଁଡା ନାଇଁ ଦିଆଯିବାର ଆର ଅତି ହଲକା କିସମର ଖାଏଦ୍‌ ଛୁଆକୁ ଦିଆଯାଉଛେ। ଇ ବାବ୍‌ଦେ ବିଭାଗ୍‌ରେ ଅଭିଯୋଗ କଲେ ବି କେହି ନାଇଁ ଶୁନବାର ବଲି ସେ କହିଥିଲେ। ସେନ୍‌ତା ଇ ବାବ୍‌ଦେ ସିଡିପିଓ ପ୍ରତିମାରାଣୀ ଚୋପଦାରକୁଁ ପଚରାଲାରୁ ମୋତେ ଦେଓଗଁା ସମେତ ସଇଁତଲା ବ୍ଲକର ଅତିରିକ୍ତ ଦାଇତିଅ ଦିଆଯାଇଛେ। ଯେନ୍‌ଥିରଲାଗି କାମରେ କେତେ ଅସ୍‌ବିଧା ହେଉଛେ ବଲି ସେ ନିଜେ ମାନିଥିଲେ ଆର ଅଭିଯୋଗ ଉପରେ ତଦଁତ୍‌ କରି ପଦକ୍ଷେପ ନିଆଯିବା ବଲି ସେ କହିଥିଲେ।