ଅବେବସ୍‌ତା ଘେରରେ ଅଙ୍ଗନୱାଡି କେନ୍ଦ୍ର

ଲାଠୋର, ୨୪ା୬ (ଡି.ଏନ୍‌.ଏ):
ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଅଧୀନ ମାଲପଡ଼ା ଅଙ୍ଗନଓ୍ବାଡି କେନ୍ଦ୍ର ସମସିଆ ଘେରରେ ରହିଛେ। ହେଲେ ଇ ଦିଗେ ପରଶାସନ ତରଫୁ ସମସିଆର ସମାଧାନ ଦିଗେ ପଦକ୍ଷେପ ନାଇଁ ନିଆଯିବାର। ଯେନ୍‌ଥିରଲାଗି ଥାନୀୟ ହିତାଧିକାରୀମାନେ ନାନା ସମସିଆର ସାମନା କରୁଥିବାର ଦେଖ୍‌ବାକେ ମିଲୁଛେ।
ସୂଚନା ଅନ୍‌ସାରେ ବହୁତ ବଛର ହେଲା ମାଲପଡ଼ାରେ ଗୁଟେ ଅଙ୍ଗନଓ୍ବାଡି କେନ୍ଦ୍ର ଥାପନ ହେଇଛେ। ଇ କେନ୍ଦ୍ରରେ ଗଁାର ଛୁଆପୁତା, ଗରଭ୍‌ବତୀ, ପ୍ରସୂତି ମହିଲାମାନକୁ ପୁଷ୍ଟିକର ଖାଏଦ୍‌ନୁ ଆରମ୍‌ କରି ଟୀକାକରନ୍‌, ସୁଆସ୍‌ତିଅ ପରୀକ୍ଷା ଲେଖେଁ ଅନେକ ସରକାରୀ କାଯ୍‌କରମ କରାଯାଉଛେ। କେନ୍ଦ୍ରର ନିଜର କୁଠା ରହିଥିଲେ ବି ସେଠାନେ ଶୌଚାଲୟ, ରଁଧାଘରର ଅଭାବ୍‌ ରହିଛେ। ଯେନ୍‌ଥିରଲାଗି କେନ୍ଦ୍ରକେ ପଢ଼ି ଆସୁଥିବାର ଛୋଟ ଛୋଟ ଛୁଆମାନେ, ମହିଲାମାନେ ନାନା ସମସିଆର ସାମ୍‌ନା କରୁଛନ୍‌। ରଁଧାଘର ଅଭାବୁ କେନ୍ଦ୍ରର ବାରନ୍‌ଡାରେ ପୁଷ୍ଟିକର ଖାଏଦ୍‌ ରଁଧାବଢ଼ା ହେଉଛେ। ଯେନ୍‌ଥିରଲାଗି ଚୁଲିର କୁହୁଲାରେ କେନ୍ଦ୍ରରେ ପାଠ୍‌ ପଢ଼ୁଥିବାର ଛୁଆମାନେ ଉନ୍‌ମୁନା ହେଇଯାଉଛନ୍‌। ସେନ୍‌ତା କେନ୍ଦ୍ର ଆଘେ ପିଇଲା ପାଏନ୍‌ର ସୁବିଧା ଲାଗି ଗୁଟେ ନଲ୍‌ଚୁଅଁା ରହିଥିଲେ ବି ସେଥ୍‌ରୁ ଠିକ୍‌ ହିସାବେ ପାଏନ୍‌ ନାଇଁ ବାହାରବାର। ଗୁଟେ ବାଲଟି ପାଏନ୍‌ ବାହାରଲା ଉତାରୁ ଅଧ୍‌ଘଁଟା ଟାକ୍‌ବାକେ ପଡ଼ୁଛେ। ସବୁଥିରୁ ବଡ଼ କଥା ହେଲା କେନ୍ଦ୍ରର ସୁରକ୍ଷା ଲାଗି ଆଏଜ୍‌ତକ ବାଡ଼ା ତିଆର ନାଇଁ ହେଇପାରି। ଇ ସବୁ ସମସିଆ ବାବ୍‌ଦେ ଅଙ୍ଗନଓ୍ବାଡି କରମୀମାନେ ମାସିକ ପ୍ରଗତି ରିପୋର୍ଟରେ ଲେଖିକରି ଦେଉଥିଲେ ବି କେହି ନାଇଁ ଶୁନବାର। ଯେନ୍‌ଥିରଲାଗି ଥାନୀୟ ହିତାଧିକାରୀମାନେ ନାନା ସମସିଆର ସାମନା କରୁଛନ୍‌। ଇ ଦିଗେ ବିଭାଗୀୟ ଉଚ କତୁରପକ୍ଷ ଦୁରୁଷ୍‌ଟି ଦେଇ ପଦକ୍ଷେପ ନେବାକେ ଗଁାବାସୀ ଦାବି କରିଛନ୍‌।