Categories: ଜାତୀୟ

ଅବୈଧ ସମ୍ପର୍କ ରଖିବାରୁ କୁକୁରକୁ ଘରୁ ବିଦା କଲେ ମାଲିକ

ଥିରୁଭାନନ୍ତପୁରମ୍‌, ୨୪।୭: ପଡୋଶୀ କୁକୁର ସହ ଅବୈଧ ସମ୍ପର୍କ ରଖିବାରୁ ପୋଷା କୁକୁରକୁ ଘରୁ ବିବା କରିଦେଇଛନ୍ତି ମାଲିକ। ଏଭଳି ଘଟଣା ଘଟିଛି କେରଳର ଥିରୁଭାନନ୍ତପୁରମ୍‌ରେ। ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି, ସମ୍ପୃକ୍ତ ମାଲିକ ଜଣଙ୍କ କୁକୁର ପିଠିରେ ଏକ ଚିଠି ବାନ୍ଧି ଘରୁ ତଡିଦେଇ ଦେଇଥିଲେ। କୁକୁରଟି ରାସ୍ତାରେ ବୁଲୁଥିବାର ଦେଖି ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ। କୁକୁର ପିଠିରେ ବନ୍ଧା ଥିବା ଚିଠି ପଢିବାରୁ ଅସଲ କଥା ଜଣାପଡିଥିଲା। କୁକର ଅବୈଧ ସମ୍ପର୍କ ରଖିଥିବାରୁ ତାଙ୍କୁ ଘରୁ ତଡିଦିଆଯାଇଛି ବୋଲି ଉକ୍ତ ଚିଠିରେ ଲେଖାଯାଇଛି। ଏହାସହ କୁକୁରର ବିଭିନ୍ନ ଅଭ୍ୟାସ ବିଷୟରେ ମଧ୍ୟ ସେଥିରେ ଲେଖା ଅଛି। ସୂଚନାଯୋଗ୍ୟ, ଏଠାରେ ଜଣେ ମାଲିକ ଧଳା ପୋମେରିୟନ୍‌ କୁକୁର ପାଳିଥିଲେ। ସେ ପଡୋଶୀ କୁକୁର ସହ ଅବୈଧ ସମ୍ପର୍କ ରଖିବା କଥା ଜାଣିବା ପରେ ମାଲିକ ରାଗିଯାଇ ତାଙ୍କୁ ଘରୁ ବାହାର କରିଦେଇଥିଲେ।

Share