କର୍ନାଲ, ୨୨।୮: ହରିୟାଣାର କର୍ନାଲରେ ଏକ ଅଭାବନୀୟ ଘଟଣା ଘଟିଛି। ଅବୈଧ ସମ୍ପର୍କ ସନ୍ଦେହରେ ଯୁବତୀ, ଯୁବକଙ୍କୁ ଜୋତାମାଳ ପିନ୍ଧାଇ ବୁଲାଇଲେ ଗ୍ରାମବାସୀ। କେବଳ ଏତିକିରେ ଘଟଣାରେ ଯବନିକା ପଡି ନ ଥିଲା। ଉଭୟଙ୍କୁ ଗାଁ ଲୋକେ ଖୁବ୍ ଜୋରରେ ମଧ୍ୟ ପିଟିଥିଲେ। ଗାଁରୁ ଉଭୟଙ୍କୁ ତଡିଦେବାକୁ ପଞ୍ଚାୟତ ନିଷ୍ପତ୍ତି ନେଇଛି। ଏନେଇ ଯୁବକଙ୍କ ପିତା ଥାନାରେ ଏତଲା ଦେଇଛନ୍ତି। ଘଟଣା ସମ୍ପର୍କରେ ପୋଲିସ୍ କହିଛି, ମାମଲାର ତଦନ୍ତ ଚାଲିଛି। ଦୋଷୀକୁ ଖୁବ୍ଶୀଘ୍ର ଦଣ୍ଡ ଦିଆଯିବ। ସୂଚନାଯୋଗ୍ୟ, ପୀଡିତା ଜଣଙ୍କ ବିହାରର ବାସିନ୍ଦା। ଯୁବକ ଜଣଙ୍କ କଲେଜରେ ପଢୁଛନ୍ତି। ପଞ୍ଚାୟତ କହିବା ଅନୁଯାୟୀ, ମହିଳା ଜଣଙ୍କ ପୂର୍ବରୁ ବିବାହ କରିଛନ୍ତି। ତାଙ୍କର ଏକ ସନ୍ତାନ ମଧ୍ୟ ଅଛି। କିନ୍ତୁ ତଦନ୍ତ ପରେ ସତ୍ୟାସତ୍ୟ ଜଣାପଡିବ ବୋଲି ପୋଲିସ କହିଛି।