ଅବ୍ୟବସ୍ଥାରେ ଚାଲିଛି କେନ୍ଦୁପତ୍ର ରେଞ୍ଜ ଅଫିସ

ଗୁଡଭେଲା, ୧ା୮(ଡି.ଏନ.ଏ.): ବଲାଙ୍ଗୀର ଜିଲା ତୁଷୁରା ଏନଏସି ଅଧିନ ମହିପୁରଠାରେ ଥିବା କେନ୍ଦୁପତ୍ର ରେଞ୍ଜ କାର୍ଯ୍ୟାଳୟ ଏବେ ନାନା ଅବ୍ୟବସ୍ଥା ମଧ୍ୟଦେଇ ଗତି କରୁଛି । ଏହି ରେଞ୍ଜ ଅଧିନରେ ୬୨ଟି କେନ୍ଦୁପତ୍ର ଫଡି ରହିଛି ା ସେଥିମଧ୍ୟରୁ ୨୪ଟିର ସ୍ଥାୟୀ ଗୃହଥିବା ବେଳେ ୩୮ଟି ଅସ୍ଥାୟୀ ଗୃହରେ ଚାଲିଛି। ଚଳିତ ବର୍ଷ ୧କେଟି ୯୮ ଲକ୍ଷ କେନ୍ଦୁପତ୍ର କେରି ସଂଗ୍ରହ କରିବା ଲକ୍ଷ ରହିଥିବା ବେଳେ ୯୮ଲକ୍ଷ ୫୧ହଜାର କେନ୍ଦୁପତ୍ର କେରି ସଂଗ୍ରହ କରାଯାଇଥିବା ରେଞ୍ଜର ବାଲ୍ମିକୀ ବିଶି କହିଛନ୍ତି । ଅନ୍ୟପକ୍ଷରେ ଉକ୍ତ ପତ୍ରଗୁଡିକ ସଂଗ୍ରହ କରି ରଖିବା ପାଇଁ ୫ଟି ଗୋଦାମ ଗୃହ ରହିଥିବା ବେଳେ ସେ ମଧ୍ୟରୁ ୩ଟି ଖରାପ ହୋଇ ପଡିଛି । ଗୋଟିଏ ଗୋଦାମ ଗୃହରୁ ପାଣି ଗଳୁଥିବାରୁ ତାହାକୁ ଆଉ ବ୍ୟବହାର କରି ହେଉ ନ ଥିବା କର୍ମଚାରୀମାନେ କହନ୍ତି । ଏପରିକି ବହୁ ସମୟରେ ଆବଶ୍ୟକ କର୍ମଚାରୀ ମଧ୍ୟ ରହୁ ନାହନ୍ତି ା ଜଣେ ରେଞ୍ଜର, ୫ ଫରେଷ୍ଟର ଓ ୫ଜଣ ପରେଷ୍ଟଗାର୍ଡ ରହିବା ସ୍ଥାନରେ ଜଣେ ରେଞ୍ଜର, ଜଣେ ଫରେଷ୍ଟର ଓ ୩ ଜଣ ପରେଷ୍ଟଗାର୍ଡ ରହିଛନ୍ତି । ଏଥିପ୍ରତି ବିଭାଗୀୟ ଉଚ୍ଚକର୍ତ୍ତୃପକ୍ଷ ଦୃଷ୍ଟି ଦେଇ ବିହିତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସମୁଦ୍ରରେ ଖସି ପଡ଼ିଲା ରୋଗୀଙ୍କୁ ନେଇ ଯାଉଥିବା ହେଲିକପ୍ଟର, ୩ ମୃତ

ଟୋକିଓ,୭।୪: ରବିବାର ଜାପାନର ଦକ୍ଷିଣ-ପଶ୍ଚିମ ଅଞ୍ଚଳରେ ଏକ ବଡ଼ ଦୁର୍ଘଟଣା ଘଟିଛି। ରୋଗୀଙ୍କୁ ନେଇ ଯାଉଥିବା ଏକ ମେଡିକାଲ ପରିବହନ ହେଲିକପ୍ଟର ସମୁଦ୍ରରେ ଦୁର୍ଘଟଣାଗ୍ରସ୍ତ ହୋଇଛି।...

ରୋଗୀ ନେଇ ଯିବାବେଳେ ଆମ୍ବୁଲାନ୍ସରେ ଲାଗିଲା ନିଆଁ

ପିପିଲି,୭ା୪: ରୋଗୀ ନେଇ ଯିବାବେଳେ ବାଟରେ ଏକ ଅଘଟଣ ଘଟିଛି। ଜଣେ ରୋଗୀଙ୍କୁ ପୁରୀ ଜିଲା ଡେଲାଙ୍ଗରୁ ଆମ୍ବୁଲାନ୍ସ ଯୋଗେ ଭୁବନେଶ୍ୱର ନିଆଯାଉଥିବାବେଳେ ଆମ୍ବୁଲାନ୍ସରେ ନିଆଁ...

ଟ୍ରମ୍ପଙ୍କୁ ଭେଟିବେ ନେତାନ୍ୟାହୁ, ପ୍ରସ୍ତୁତ ହେବ ଗାଜାର ନୂଆ ଓ୍ବାର ପ୍ଲାନ

ଜେରୁଜେଲମ,୭।୪: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିବେ। ନେତାନ୍ୟାହୁଙ୍କ କାର୍ଯ୍ୟାଳୟରୁ ଏହି ସୂଚନା ଆସିଛି। ନେତାନ୍ୟାହୁଙ୍କ କାର୍ଯ୍ୟାଳୟରୁ ପ୍ରକାଶିତ ଏକ...

ବିଷ ପିଇ ଜୀବନ ହାରିଲେ ଗୋଟିଏ ପରିବାରର ୩ ଜଣ

ବ୍ରହ୍ମପୁର,୭ା୪: ଗଞ୍ଜାମ ଥାନା ଅନ୍ତର୍ଗତ ପାଳିବନ୍ଧ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ମା’ ସହ ବିଷ ପିଇଦେଇଛନ୍ତି ଭଉଣୀଭାଇ। ଫଳରେ ଏହି ୩ ଜଣଙ୍କୁ...

ଭୂକମ୍ପର ଝଟକାରେ ଦୋହଲିଯିବ ଏହି ଦେଶର ମେରୁଦଣ୍ଡ, ଜାଣନ୍ତୁ କିଏ କରିଛନ୍ତି ଏମିତି ଭବିଷ୍ୟବାଣୀ

ବେଜିଂ,୭।୪: ପୃଥିବୀ ପୃଷ୍ଠରେ ହେଉଥିବା ପ୍ରମୁଖ ଭୂମିକମ୍ପ ଏବଂ ଏହାର ଘୂର୍ଣ୍ଣନ ଗତି ମଧ୍ୟରେ ଏକ ନୂତନ ସମ୍ପର୍କ ଉଭା ହୋଇଛି। ବେଜିଂ ଭୂମିକମ୍ପ ଏଜେନ୍ସିର...

ଏଇ ଭାରତରେ

ଗଛ ଗୋଟିଏ, କିନ୍ତୁ ଫଳ ୫୨ପ୍ରକାରର। ଏକଥା ଶୁଣି ଯେକେହି ବି ଆଶ୍ଚର୍ଯ୍ୟ ହୋଇଯିବ। କିନ୍ତୁ ଏଭଳି ଏକ ସଫଳତା ହାସଲ କରିଛନ୍ତି ବିହାର ଭାଗଲପୁରର...

ପାଣିପାଗ ବିଭାଗର ବଡ଼ ଚେତାବନୀ, ଡେଞ୍ଜର ଜୋନରେ ୨୧ ସହର! ପାରଦ ଡେଇଁଲା ୪୨

ନୂଆଦିଲ୍ଲୀ,୭।୪: ଏଥର ସାରା ଦେଶରେ ଗ୍ରୀଷ୍ମ ପ୍ରବାହ ଏପ୍ରିଲ ଆରମ୍ଭରୁ ରେକର୍ଡ ଭାଙ୍ଗିଛି। ଦିଲ୍ଲୀ ସମେତ ପାଞ୍ଚଟି ରାଜ୍ୟର ୨୧ଟି ସହରରେ ତାପମାତ୍ରା ୪୨ ଡିଗ୍ରୀ...

ନୀରବ ଚିତ୍କାର

ରତୀୟ ଦର୍ଶନ, ପୌରାଣିକ କଥା ଏବଂ ସଂସ୍କୃତିର ବିଶାଳ, ପ୍ରାଚୀନ ପରିଦୃଶ୍ୟରେ ‘ନାରୀ’ ଶବ୍ଦଟି ଶ୍ରଦ୍ଧା, ଶକ୍ତି, ଧୈର୍ଯ୍ୟ, ସହନଶୀଳତା, ସହାନୁଭୂତି ଏବଂ ସୌନ୍ଦର୍ଯ୍ୟର ପ୍ରତୀକ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image