ଅବ୍ୟବସ୍ଥାରେ ଚାଲିଛି କେନ୍ଦୁପତ୍ର ରେଞ୍ଜ ଅଫିସ

ଗୁଡଭେଲା, ୧ା୮(ଡି.ଏନ.ଏ.): ବଲାଙ୍ଗୀର ଜିଲା ତୁଷୁରା ଏନଏସି ଅଧିନ ମହିପୁରଠାରେ ଥିବା କେନ୍ଦୁପତ୍ର ରେଞ୍ଜ କାର୍ଯ୍ୟାଳୟ ଏବେ ନାନା ଅବ୍ୟବସ୍ଥା ମଧ୍ୟଦେଇ ଗତି କରୁଛି । ଏହି ରେଞ୍ଜ ଅଧିନରେ ୬୨ଟି କେନ୍ଦୁପତ୍ର ଫଡି ରହିଛି ା ସେଥିମଧ୍ୟରୁ ୨୪ଟିର ସ୍ଥାୟୀ ଗୃହଥିବା ବେଳେ ୩୮ଟି ଅସ୍ଥାୟୀ ଗୃହରେ ଚାଲିଛି। ଚଳିତ ବର୍ଷ ୧କେଟି ୯୮ ଲକ୍ଷ କେନ୍ଦୁପତ୍ର କେରି ସଂଗ୍ରହ କରିବା ଲକ୍ଷ ରହିଥିବା ବେଳେ ୯୮ଲକ୍ଷ ୫୧ହଜାର କେନ୍ଦୁପତ୍ର କେରି ସଂଗ୍ରହ କରାଯାଇଥିବା ରେଞ୍ଜର ବାଲ୍ମିକୀ ବିଶି କହିଛନ୍ତି । ଅନ୍ୟପକ୍ଷରେ ଉକ୍ତ ପତ୍ରଗୁଡିକ ସଂଗ୍ରହ କରି ରଖିବା ପାଇଁ ୫ଟି ଗୋଦାମ ଗୃହ ରହିଥିବା ବେଳେ ସେ ମଧ୍ୟରୁ ୩ଟି ଖରାପ ହୋଇ ପଡିଛି । ଗୋଟିଏ ଗୋଦାମ ଗୃହରୁ ପାଣି ଗଳୁଥିବାରୁ ତାହାକୁ ଆଉ ବ୍ୟବହାର କରି ହେଉ ନ ଥିବା କର୍ମଚାରୀମାନେ କହନ୍ତି । ଏପରିକି ବହୁ ସମୟରେ ଆବଶ୍ୟକ କର୍ମଚାରୀ ମଧ୍ୟ ରହୁ ନାହନ୍ତି ା ଜଣେ ରେଞ୍ଜର, ୫ ଫରେଷ୍ଟର ଓ ୫ଜଣ ପରେଷ୍ଟଗାର୍ଡ ରହିବା ସ୍ଥାନରେ ଜଣେ ରେଞ୍ଜର, ଜଣେ ଫରେଷ୍ଟର ଓ ୩ ଜଣ ପରେଷ୍ଟଗାର୍ଡ ରହିଛନ୍ତି । ଏଥିପ୍ରତି ବିଭାଗୀୟ ଉଚ୍ଚକର୍ତ୍ତୃପକ୍ଷ ଦୃଷ୍ଟି ଦେଇ ବିହିତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।