Posted inଭଦ୍ରକ

ଅବ୍ୟବସ୍ଥାରେ ଚାଲିଛି ପରୀକ୍ଷା

ଆରଡ଼ି, ୩।୧୧ (ଡି.ଏନ.ଏ.)- ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ମଠଡିହ ଓ ପହଣା କ୍ଲଷ୍ଟର, ଧାମନଗର ବ୍ଲକର ବାପୁଜୀ ଓ ସାଅଁ।ଳପୁର କ୍ଲଷ୍ଟରରେ ଥିବା ସ୍କୁଲଗୁଡ଼ିକରେ ହେଉଥିବା ଷାଣ୍ମାସିକ ପରୀକ୍ଷା ଅବ୍ୟବସ୍ଥା ମଧ୍ୟରେ ଚାଲିଛି। ଏହାକୁ ନେଇ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଓଡ଼ିଶା ଗଣଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟରେ ୧ମରୁ ୮ମ ଶ୍ରେଣୀ ଛାତ୍ରୀଛାତ୍ର ଗୋଟିଏ ତାରିଖରେ ପରୀକ୍ଷା ଦେବେ ବୋଲି ଘୋଷଣା କରାଯାଇଥିଲା। ଏହି ନିଷ୍ପତ୍ତି ଅନୁସାରେ ଶୁକ୍ରବାରଠାରୁ ପରୀକ୍ଷା ଆରମ୍ଭ ହୋଇଛି। ପ୍ରଥମ ଦିନରେ ଆବଶ୍ୟକତାଠାରୁ କମ୍‌ ସଂଖ୍ୟକ ପ୍ରଶ୍ନପତ୍ର ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଯୋଗାଇ ଦିଆଯାଇଥିଲା। ଫଳରେ କେତେକ ବିଦ୍ୟାଳୟରେ ଛାତ୍ରୀଛାତ୍ର ସାଦା କାଗଜରେ ପରୀକ୍ଷା ଦେଇଥିଲେ। ଆଉ କେତେକ ବିଦ୍ୟାଳୟରେ ପ୍ରଶ୍ନପତ୍ରକୁ ଜେରକ୍ସ କରାଯାଇ ପିଲାମାନଙ୍କ ପରୀକ୍ଷା କରାଯାଇଥିଲା। ପ୍ରଥମ ଦିନ ପରୀକ୍ଷା ପୂର୍ବାହ୍ନ ସାଢ଼େ ୧୦ଟା ପରିବର୍ତ୍ତେ କେତେକ ବିଦ୍ୟାଳୟରେ ୧୧ଟା ୩୦ରେ ଆରମ୍ଭ ହୋଇଥିଲା। ସେହିପରି ପ୍ରୋଗ୍ରାମ ଅନୁସାରେ ୬ଷ୍ଠ ରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ଇତିହାସ ଓ ଭୂଗୋଳ ବିଷୟରେ ପରୀକ୍ଷା ହେବାର ଥିଲା। ମାତ୍ର ଇତିହାସ ପ୍ରଶ୍ନପତ୍ର ଯୋଗାଇ ଦିଆ ନ ଯିବାରୁ ପିଲାମାନେ ସେହି ବିଷୟରେ ପରୀକ୍ଷା ଦେଇପାରି ନ ଥିଲେ। ଦ୍ୱିତୀୟ ଦିନ ଶନିବାର ମଧ୍ୟ ବିଭିନ୍ନ ସ୍କୁଲରେ ଅନୁରୂପ ପରିସ୍ଥିତି ଦେଖିବାକୁ ମିଳିଥିଲା। ପ୍ରଶ୍ନପତ୍ର ଆବଶ୍ୟକତାଠାରୁ କମ୍‌ ଆସିବାରୁ ସମସ୍ୟା ଉପୁଜିଥିଲା। କେତେକ ବିଦ୍ୟାଳୟରେ ଗୋଟିଏ ପ୍ରଶ୍ନପତ୍ର ଦେଖି ୫ ପିଲା ପରୀକ୍ଷା ଦେଉଥିବାବେଳେ ଆଉ କେତେକ ସ୍ଥାନରେ ଶିକ୍ଷୟିତ୍ରୀ ଶିକ୍ଷକ କଳାପଟାରେ ପ୍ରଶ୍ନ ଲେଖି ପରୀକ୍ଷା କରାଇଥିଲେ। ୫ ଦିନ ପରୀକ୍ଷାରୁ ଦୁଇଦିନ ଏଭଳି ଅବ୍ୟବସ୍ଥାରେ ପରୀକ୍ଷା ହୋଇଥିବା ଜଣାପଡ଼ିଛି।
ପରୀକ୍ଷା ଅବ୍ୟବସ୍ଥାକୁ ନେଇ ମଠଡିହ ସରକାରୀ ଉଚ୍ଚ ବିଦ୍ୟାଳୟ ଶିକ୍ଷା ପରିଚାଳନା କମିଟିର ଚେୟାରମ୍ୟାନ ଦେବକାନ୍ତ ବିଳାସ କହିଛନ୍ତି, ପରୀକ୍ଷା ପରିଚାଳନାରେ ତ୍ରୁଟି ଆଦୌ ଗ୍ରହଣୀୟ ନୁହେଁ। ଏବେ ଯେଭଳି ଭାବେ ପରୀକ୍ଷା ଚାଲିଛି ସେଥିରୁ ଶିକ୍ଷାର ଗୁଣାତ୍ମକ ମାନ କମିଗଲା ଭଳି ଲାଗୁଛି। ଏ ସମ୍ପର୍କରେ ଚାନ୍ଦବାଲି ବ୍ଲକ ଶିକ୍ଷାଧିକାରୀ ପ୍ରଣୟ ନାୟକଙ୍କୁ ପଚାରିବାରୁ କମ୍‌ ସଂଖ୍ୟାରେ ପ୍ରଶ୍ନପତ୍ର ଆସିଥିବାରୁ ପରୀକ୍ଷା ପରିଚାଳନାରେ ଅସୁବିଧା ଉପୁଜି ଥାଇପାରେ। ବିଭିନ୍ନ କ୍ଲଷ୍ଟର ସିଆର୍‌ସିସି ପ୍ରଶ୍ନପତ୍ରକୁ ଜେରକ୍ସ କରି ସମସ୍ୟା ସମାଧାନ କରିବାକୁ ପରାମର୍ଶ ଦିଆଯାଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶିକ୍ଷକ ସଂଘରେ ଫାଟ: ରାଜ୍ୟ କାର୍ଯ୍ୟକାରିଣୀ ବୈଠକକୁ ବିରୋଧ କଲେ ଗୋଟିଏ ଗୋଷ୍ଠୀ

ଭଦ୍ରକ, ୨୦।୯(ସନାତନ ରାଉତ): ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘରେ ଫାଟ। ସଂଘ ପକ୍ଷରୁ ଶୁକ୍ରବାର ନୂତନ ଜାତୀୟ ଶିକ୍ଷାନୀତି ସମ୍ବନ୍ଧରେ ଆଲୋଚନା ଚକ୍ର ଓ...

ଧାମନଗରରେ ୧୬୩ ଲାଗୁ

ଧାମନଗର,୧୯ା୯: ଭଦ୍ରକ ଜିଲା ଧାମନଗର ଗୋଷ୍ଠୀ ସଂଘର୍ଷ ଘଟଣାରେ ବିଏନ୍‌ଏସ୍‌ଏସ୍‌ ୧୬୩ ଲାଗୁ ହୋଇଛି। ୨୧ ତାରିଖ ରାତି ୧୦ଟା ପର୍ଯ୍ୟନ୍ତ ବିଏନ୍‌ଏସ୍‌ଏସ୍‌ ୧୬୩ ଲାଗୁ ହୋଇଛି।...

ଅସାଧାରଣ ପ୍ରତିଭାର ଅଧିକାରୀ ଥିଲେ ବିଷ୍ଣୁ ସେଠୀ: ମୁଖ୍ୟମନ୍ତ୍ରୀ

ତିହିଡ଼ି,୧୯ା୯: ପୂର୍ବତନ ବିଧାୟକ ବିଷ୍ଣୁ ସେଠୀ ଅସାଧାରଣ ପ୍ରତିଭାର ଅଧିକାରୀ ଥିଲେ। ତାଙ୍କ ଉଦ୍ୟମରେ କାନ୍ତକବିଙ୍କ ଲିଖିତ ସଙ୍ଗୀତ ବନ୍ଦେ ଉତ୍କଳ ଜନନୀ ରାଜ୍ୟ ସଙ୍ଗୀତର...

ଗଣେଶ ମୂର୍ତ୍ତି ଭସାଣି ବେଳେ ଗୋଷ୍ଠୀ ସଂଘର୍ଷ: ୧୦ ଆହତ, ୮ ଗିରଫ

ତିହିଡ଼ି,୧୨ା୯(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ଥାନା ପାଳିଆବିନ୍ଧା ପଞ୍ଚାୟତ ଅଧୀନ ପାଳିଆ ଗ୍ରାମରେ ବୁଧବାର ରାତିରେ ଗଣେଶ ମେଢ଼ ଭସାଣି ବେଳେ ଗୋଷ୍ଠୀ ସଂଘର୍ଷ...

ସୁଭଦ୍ରା ଫର୍ମ ଫେରସ୍ତ ମାଗିବାରୁ ଅଙ୍ଗନୱାଡି ଦିଦିଙ୍କୁ ପିଟିଲେ, ଆଉ ଏବେ….

ଚାନ୍ଦବାଲି,୧୧।୯(କିଷାନ ପାତ୍ର): ସୁଭଦ୍ରା ଫର୍ମ ଫେରସ୍ତ ମାଗିବା ଘଟଣାକୁ କେନ୍ଦ୍ରକରି ଚାନ୍ଦବାଲି ବ୍ଲକ ଅଧୀନ ଖଦାଳପୋଖରୀ ପଞ୍ଚାୟତର ବ୍ରହ୍ମଟିକ୍ରି ଅଙ୍ଗନୱାଡି କର୍ମୀ ପ୍ରୀତିରେଖା ବଳଙ୍କୁ ମାଡ଼...

ଭଦ୍ରକରେ ଚାଞ୍ଚଲ୍ୟ: ପ୍ରସବରେ ସହାୟତା କରିଥିବା ମହିଳା ଶିଶୁ କନ୍ୟାକୁ ନେଇ ଚମ୍ପଟ

ଭଦ୍ରକ, ୧୦।୯(ସନାତନ ରାଉତ): ପିଲାଜନ୍ମରେ ସହାୟତା କଲେ। ମା’ ଛୁଆଙ୍କୁ ନେଇ ଭଦ୍ରକ ଓ ପରେ କଟକ ମେଡିକାଲ ନେଇଗଲେ। ମେଡିକାଲରୁ ଫେରିବା ବାଟରେ ନବଜାତ...

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌, ଚାଲିଗଲା ୨ ଜୀବନ

ଭଦ୍ରକ,୯ା୯(ସନାତନ ରାଉତ): ୧୬ ନମ୍ବର ଜାତୀୟ ରାଜପଥର ଭଦ୍ରକ ଟାଉନ ଥାନା ଅଧୀନ ବନ୍ତ ଛକ ନିକଟରେ ରବିବାର ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଛି। ଏକ...

ପୂଜା ପାଇବେ ବୁଢ଼ା, ଟୋକା, ପିଲା ଗଣେଶ

ଭଦ୍ରକ,୭ା୯(ସନାତନ ରାଉତ):ଶନିବାର ଅଗ୍ରପୂଜ୍ୟ ଶ୍ରୀଗଣେଶଙ୍କ ପୂଜା। ଭଦ୍ରକର ପ୍ରସିଦ୍ଧ ବୁଢ଼ା, ଟୋକା ଓ ପିଲା ଗଣେଶ ପୂଜାକୁ ନେଇ ସମସ୍ତଙ୍କ ମନରେ ବେଶ୍‌ ଉତ୍ସାହ। ପୂଜା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri