ଅବ୍ୟବସ୍ଥା ପ୍ରତିବାଦରେ ଆଦିବାସୀ ବିଦ୍ୟାଳୟ ଘେରାଉ

ବାରିପଦା ଅଫିସ,୮।୮- ମୟୂରଭଞ୍ଜ ଜିଲାରେ ଥିବା ଆଦିବାସୀ ଓ ହରିଜନ ଛାତ୍ରୀଛାତ୍ରମାନଙ୍କ ଶିକ୍ଷା ଉଦ୍ଦେଶ୍ୟରେ ଆସୁଥିବା ଅନୁଦାନକୁ ଆତ୍ମସାତ କରାଯାଉଛି। ଏଭଳି ଅଭିଯୋଗ ଆଣି ମୟୂରଭଞ୍ଜ ରିଭୋଲ୍ୟୁସନାରୀ ୟୁଥ ଆଣ୍ଡ ଷ୍ଟୁଡେଣ୍ଟ ଆସୋସିଏସନ (ମାରିସା) ପକ୍ଷରୁ ବୁଧବାର ବାରିପଦା ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟ ଘେରାଉ କରାଯାଇଛି। ଏହି ବିଦ୍ୟାଳୟଗୁଡିକର ନିର୍ମାଣ କାର୍ଯ୍ୟ ନିମ୍ନମାନର କରାଯାଉଥିବା ବେଳେ ବିଭିନ୍ନ ମୌଳିକ ସୁବିଧା ଯଥା ପାନୀୟଜଳ, ବିଦ୍ୟୁତ, ଖାଇବା ଓ ଅନ୍ୟନ୍ୟ ସୁବିଧାରୁ ବଞ୍ଚିତ କରାଯାଉଛି। ଆସନ୍ତା ୧୫ ଦିନ ମଧ୍ୟରେ ସମସ୍ୟାର ସମାଧାନ ନ ହେଲେ ଏହି କାର୍ଯ୍ୟାଳୟରେ ତାଲାବନ୍ଦ ଆନ୍ଦୋଳନ କରାଯିବ ବୋଲି ମାରିସା ପକ୍ଷରୁ ଚେତବନୀ ଦିଆଯାଇଛି। ଏଥି ସହ ୩ ଦଫା ସମ୍ବଳିତ ଏକ ଦାବିପତ୍ର ମଧ୍ୟ ପ୍ରଦାନ କରାଯାଇଛି। ମାରିସାର ସଭାପତି ଅର୍ଜୁନ ମୁର୍ମୁଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମରେ ରଘୁନାଥ ମୁର୍ମୁ, ସମୀର ଟୁଡୁ, କୁନୁ ମାରାଣ୍ଡିଙ୍କ ସମେତ ଅନ୍ୟ କର୍ମକର୍ତ୍ତାମାନେ ସାମିଲ ହୋଇଥିଲେ।