Categories: ଜାତୀୟ

ଅବ୍‌ଦୁଲ୍ଲାଙ୍କୁ ଭେଟିଲେ ଏନ୍‌ସି ନେତା

ଶ୍ରୀନଗର,୭ା୧୦(ପି.ଟି.): ୨ ମାସରୁ ଊର୍ଦ୍ଧ୍ୱ ସମୟ ଧରି ଗୃହବନ୍ଦୀ ଥିବା ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍‌ ଅବ୍‌ଦୁଲ୍ଲା ଏବଂ ଓମାର ଅବ୍‌ଦୁଲ୍ଲାଙ୍କୁ ରବିବାର ତାଙ୍କ ଦଳର ନେତାମାନେ ଭେଟିଛନ୍ତି। ନ୍ୟାସନାଲ କନ୍‌ଫରେନ୍ସ (ଏନ୍‌ସି)ର ଏକ ୧୫ ଜଣିଆ ପ୍ରତିନିଧି ଦଳ ଉଭୟଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଅନୁଚ୍ଛେଦ ୩୭୦ ହଟିବା ପରଠୁ ଏହାକୁ ଏକ ବଡ଼ ରାଜନୈତିକ ଘଟଣାକ୍ରମ ବୋଲି କୁହାଯାଉଛି।
ଓ ତାଙ୍କ ପୁଅ ଓମାରଙ୍କୁ ସାକ୍ଷାତ କରିବା ପାଇଁ ଏନ୍‌ସି ନେତାମାନେ ରାଜ୍ୟପାଳ ସତ୍ୟପାଲ ମଲିକଙ୍କୁ ଅନୁମତି ମାଗିଥିଲେ। ଅନୁମତି ମିଳିବା ପରେ ଦାବିନ୍ଦର ସିଂ ରାଣାଙ୍କ ନେତୃତ୍ୱରେ ପ୍ରତିନିଧି ଦଳ ଓମାରଙ୍କୁ ହରି ସିଂ ନିବାସରେ ଭେଟି ୩୦ ମିନିଟ ଆଲୋଚନା କରିଥିଲେ। ପରେ ସେମାନେ ଫାରୁକ୍‌ଙ୍କୁ ତାଙ୍କ ବାସଭବନରେ ସାକ୍ଷାତ୍‌ କରିଥିଲେ। ଜମ୍ମୁ-କଶ୍ମୀରରୁ ଖୁବ୍‌ଶୀଘ୍ର କଟକଣାକୁ ସମ୍ପୂର୍ଣ୍ଣ ଭାବେ ହଟାଇବା ଏବଂ ବ୍ଲକ୍‌ ଉନ୍ନୟନ ପରିଷଦ (ବିଡିସି) ନିର୍ବାଚନ ପୂର୍ବରୁ ଦୁଇନେତାଙ୍କୁ ମୁକ୍ତ କରିବା ପାଇଁ ସେମାନେ ଦାବି କରିଛନ୍ତି। ଅନ୍ୟପକ୍ଷରେ ଗୃହବନ୍ଦୀ ଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍‌ତିଙ୍କୁ ସୋମବାର ପିପୁଲ୍ସ ଡେମୋକ୍ରାଟିକ୍‌ ପାର୍ଟି (ପିଡିପି)ର ଏକ ପ୍ରତିନିଧି ଦଳ ଭେଟିବ। ଏଥିପାଇଁ ଜମ୍ମୁ-କଶ୍ମୀର ପ୍ରଶାସନ ପକ୍ଷରୁ ଅନୁମତି ମିଳିଛି।

Share