Categories: ଜାତୀୟ

‘ଅବ୍‌ କି ବାର୍‌ ଟ୍ରମ୍ପ୍‌ ସରକାର’: ମୋଦି କରିନାହାନ୍ତି ପ୍ରଚାର; ଦୋହରାଇଛନ୍ତି ଟ୍ରମ୍ପ୍‌ଙ୍କ ସ୍ଲୋଗାନ୍‌

ନୂଆଦିଲ୍ଲୀ,୧।୧୦: ହାଓ୍ବଡ଼ି ମୋଦି କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ଅବ୍‌ କି ବାର୍‌ ଟ୍ରମ୍ପ୍‌ ସରକାର’ କହିଥିଲେ। ଏହାକୁ ନେଇ କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳଗୁଡ଼ିକ ପକ୍ଷରୁ ମୋଦି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ପାଇଁ ପ୍ରଚାର କରିଥିବା ଅଭିଯୋଗ ଆଣିଥିଲେ। ଏହାଦ୍ୱାରା ଭାରତୀୟ ବିଦେଶ ନୀତିର ଉଲ୍ଲଂଘନ ହୋଇଥିବା କୁହାଯାଇଥିଲା। ତେବେ ଏନେଇ ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର ଉତ୍ତର ରଖିଛନ୍ତି। ସେ କହିଛନ୍ତି ଯେ, ମୋଦି ଟ୍ରମ୍ପ୍‌ଙ୍କ ଲାଗି ନିର୍ବାଚନୀ ପ୍ରଚାର କରି ନାହାନ୍ତି। ସେ କେବଳ ଟ୍ରମ୍ପ୍‌ଙ୍କ ସ୍ଲୋଗାନ୍‌କୁ ଦୋହରାଇଛନ୍ତି। ଆମେରିକା ରାଜନୀତି ସହିତ ଭାରତର କୌଣସି ସମ୍ପର୍କ ନାହିଁ ବୋଲି ଜୟଶଙ୍କର ସ୍ପଷ୍ଟୀକରଣ ଦେଇଛନ୍ତି।

Share