ଅଭିନନ୍ଦନଙ୍କୁ ଦେଖି ସଚିନ ତେନ୍ଦୁଲକରଙ୍କ ଲୋମ ଟାଙ୍କୁରି ଉଠିଲା

ଗାଜିଆବାଦ,୯।୧୦:ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର ସୋମବାର ବାୟୁସେନାର ୮୭ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ଗାଜିଆବାଦରେ ହିଣ୍ଡୋନ ଏୟାର ବେସ୍‌ରେ ପହଞ୍ଚିଥିଲେ। ଏହି ଅବସରରେ ପାକିସ୍ତାନର ଏଫ-୧୬ ଯୁଦ୍ଧ ବିମାନକୁ ଖସାଇ ଦେଇଥିବା ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଥମାନ ମଧ୍ୟ ନିଜ ଯୁଦ୍ଧ କୌଶଳ ପ୍ରଦର୍ଶନ କରିଥିଲେ। ଅଭିନନ୍ଦନଙ୍କୁ ଦେଖି ସଚିନଙ୍କ ଲୋମ ଟାଙ୍କୁରି ଉଠିଥିଲା। ଏହାର ଏକ ଭିଡିଓ ଟୁଇଟରରେ ଅପଲୋଡ କରି ସେ ଏହା କହିଛନ୍ତି। ଅଭିନନ୍ଦନ ଏୟାର ଫୋର୍ସ କାର୍ଯ୍ୟକ୍ରମରେ ଭାଗନେଇ ମିଗ-୨୧ ବିସୋନ ଯୁଦ୍ଧ ବିମାନ ଉଡାଇଥିଲେ। ତାଙ୍କ ସହ ୩ଟି ମିରାଜ-୨୦୦୦ ଓ ଦୁଇଟି ସୁଖୋଇ ଏସୟୁ-୩୦ଏମକେଆଇ ମଧ୍ୟ ଆକାଶରେ ନିଜର ଯାଦୁ ଦେଖାଇଥିଲେ। ସୂଚନାଯୋଗ୍ୟ,୨୦୧୦ରେ ସଚିନଙ୍କୁ ଏୟାରଫୋର୍ସରେ ଗ୍ରୁପ୍‌ କ୍ୟାପ୍ଟଟେନ୍‌ ର଼୍ୟାଙ୍କ୍‌ ଦିଆଯାଇଥିଲା।

Share