Wagah: Indian Air Force (IAF) pilot Wing Commander Abhinandan Varthaman as he is released by Pakistan authorities at Wagah border on the Pakistani side, Friday, March 1, 2019. Varthaman, who was captured by Pakistan after his jet went down following a strike by an enemy missile. (PTI Photo)(PTI3_1_2019_000235B)
ମୁମ୍ବାଇ: ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନଙ୍କ ସାହାସିକତା ଏବଂ ବାଲାକୋଟ ଆକ୍ରମଣକୁ ନେଇ ବଲିଉଡ ଅଭିନେତା ବିବେକ ଓବରୟ ଏକ ଫିଲ୍ମ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଥିଲେ। ଏବେ ପାକିସ୍ତାନ ମଧ୍ୟ ଏହି କାହାଣୀ ଉପରେ ଏକ ଚଳଚ୍ଚିତ୍ର ନିର୍ମାଣ କରିବାକୁ ଯାଉଛି, ଯାହାର ନାମ ‘ଅଭିନନ୍ଦନ..କମ୍ ଅନ୍’। ଫିଲ୍ମଟି ଏକ କମେଡି ଫିଲ୍ମ ହେବ ବୋଲି ଶୁଣିବାକୁ ମିଳୁଛି।
ପାକିସ୍ତାନର ଲେଖକ ଖଲିଲ-ଉର-ରେହମାନ-କମର ଫିଲ୍ମର ନିର୍ଦ୍ଦେଶନା ଦେବେି। ଏପରିକି ସେ ଏହାର କାହାଣୀ ମଧ୍ୟ ଲେଖୁଛନ୍ତି। ଏଥିରେ ମୁଖ୍ୟ କଳାକାର ଭାବେ ଶମୁମ ଅବ୍ବାସୀଙ୍କୁ ଫାଇନାଲ କରାଯାଇଛି। ସେପ୍ଟେମ୍ବରରୁ ଏହାର ଶୁଟିଂ ଆରମ୍ଭ ହେବାକୁ ଥିବା ବେଳେ ଆସନ୍ତା ବର୍ଷ ୨୭ ଫେବୃଆରୀରେ ରିଲିଜ କରାଯିବ। ତେବେ ଏହି ଦିନରେ ଅଭିନନ୍ଦନଙ୍କୁ ପାକିସ୍ତାନ ନିଜ କବ୍ଜାକୁ ନେଇଥିଲା। ଏହାକୁ ଧ୍ୟାନରେ ରଖି ପାକିସ୍ତାନର ଫିଲ୍ମ ନିର୍ମାତା ଫିଲ୍ମଟିକୁ ସେହି ଦିନ ରିଲିଜ କରିବେ ବୋଲି ଜଣାପଡ଼ିଛି।