Categories: ଜାତୀୟ

ଅଭିନନ୍ଦନଙ୍କ ଗେମ୍‌କୁ ‘ବେଷ୍ଟ ଗେମ’ ପାଇଁ ଚୟନ କଲା ଗୁଗଲ

ନୂଆଦିଲ୍ଲୀ,୧୯।୧୧: ଭାରତୀୟ ବାୟୁ ସେନାର ଭିଡିଓ ଗେମ୍‌ Indian Air Force: A Cut Aboveକୁ ‘ବେଷ୍ଟ ଗେମ-୨୦୧୯’ର ‘ୟୁଜର୍ସ ଚଏସ୍‌ ଗେମ୍‌’ କ୍ୟାଟେଗୋରୀରେ ଚୟନ କରିଛି ଗୁଗଲ। ଭାରତୀୟ ବାୟୁସେନା ନିଜର ପ୍ରଥମ ଭିଡିଓ ଗେମ୍‌ର ଏହି ସଫତଳାକୁ ନେଇ ବେଶ୍‌ ଉତ୍ସାହିତ ହୋଇଛି। ବାୟୁସେନା ନିଜର ଅଫିସିଆଲ ଟୁଇଟର ଆକାଉଣ୍ଟରୁ ଏହି ଗେମ୍‌କୁ ଜିତାଇବା ପାଇଁ ଭୋଟ କରିବାକୁ ନିବେଦନ କରଛି। ଚଳିତ ବର୍ଷ ଜୁଲାଇ ୩୧ରେ ଏହି ଗେମ୍‌କୁ ଲଞ୍ଚ କରାଯାଇଥିଲା। ଭାରତୀୟ ବାୟୁସେନା ପ୍ରତି ଯୁବକଙ୍କୁ ଆକର୍ଷିତ ଏବଂ ସେମାନଙ୍କ ମଧ୍ୟରେ ଦେଶ ସେବା ଭାବନା ଜାଗ୍ରତ କରିବା ପାଇଁ ପୂର୍ବତନ ବାୟୁସେନା ଅଧ୍ୟକ୍ଷ ବି.ଏସ. ଧନଓ୍ବା ଏହି ଗେମ୍‌କୁ ଲଞ୍ଚ କରିଥିଲେ। ଗେମ୍‌କୁ ଲଞ୍ଚ ହେବାର କିଛି ମାସ ହୋଇଥିଲେ ମଧ୍ୟ ଏହା ୟୁଜର୍ସଙ୍କୁ ଆକର୍ଷିତ କରିବାରେ ସଫଳ ହୋଇଛି। ପ୍ଲେ ଷ୍ଟୋରରୁ ଏହି ଗେମ୍‌କୁ ୧୦ ଲକ୍ଷରୁ ଊର୍ଦ୍ଧ୍ୱ ଥର ଡାଉନଲୋଡ୍‌ କରାଯାଇଥିବା ଜଣାପଡ଼ିଛି।

Share