ଅଭିନନ୍ଦନଙ୍କ ମଜାକ ଉଡାଇଲା ପାକିସ୍ତାନ

ଇସଲମାବାଦ୍‌, ୧୨।୫: ଇଂଲଣ୍ଡ ଚାଲିଥିବା କ୍ରିକେଟ ବିଶକପରେ ଜୁନ୍‌ ୧୬ ଏକ ହାଇ ଭୋଲ୍ଟଟେଜ୍‌ ମ୍ୟାଚ୍‌। ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦୀ ଭାରତ ଏବଂ ପାକିସତନା ପୁଣି ଥରେ ପରସ୍ପରକୁ ଭେଟିବେ। ଏଥିପାଇଁ ଉଭୟ ଦେଶର ପ୍ରଶଂସକଙ୍କ ମଧ୍ୟରେ ଉତ୍କଣ୍ଠା ବଢିଯାଇଛି। ଏହି ମ୍ୟାଚ୍‌ ପୂର୍ବରୁ ପାକିସ୍ତାନ ଗଣମାଧ୍ୟମ ଏକ ବିଜ୍ଞାପନ ପ୍ରସ୍ତୁତ କରିଛି। ଏହି ବିଜ୍ଞାପନରେ ଭାରତୀୟ ବାୟୁସେନାର ହିରୋ ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନଙ୍କ ମଜାକ ଉଡ଼ାଇ ଯାଇଛି। ଅଭିନନ୍ଦନଙ୍କ ଭଳି ଦେଖାଯାଉଥିବା ଜଣେ ବ୍ୟକ୍ତି ଏହି ବିଜ୍ଞାପନରେ ଅଭିନୟ କରିଛନ୍ତି। ଯେ କି ଭାରତୀୟ ଦଳର ଜର୍ସି ପିନ୍ଧିଛନ୍ତି। ତାଙ୍କ ହାତରେ ଏକ ଚା’ କପ୍‌ ରହିଛି। ଆଉ ତାଙ୍କୁ ଭାରତ ଓ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମ୍ୟାଚରେ ପ୍ଲେଇଂ ଇଲେଭେନ କ’ଣ ହେବ ବୋଲି ପଚରା ଯାଉଛି। ସେ କିନ୍ତୁ କିଛି କହି ନ ଥିଲେ। ଏହାପରେ ଉକ୍ତ ବ୍ୟକ୍ତିଙ୍କୁ ସେଠାରୁ ଯିବାକୁ କୁହାଯାଉଛି। ସେ ଚା’ କପ୍‌ ନେଇ ଯିବାକୁ ବାହାରିଲାବେଳେ କୁଆଡେ ଯାଉଛ ଟିକେ ରୁହନ୍ତୁ, ଚା’ କେମିତି ଲାଗିଲା, କପ କେଉଁଆଡ଼େ ନେଇ ଯାଉଛ ବୋଲି ପ୍ରଶ୍ନ କରାଯାଇଛି। ଏଠାରେ କପ ଅର୍ଥ ବିଶକପ ଟ୍ରଫି। ସୂଚନାଯୋଗ୍ୟ,ପୁଲୱାମା ଆକ୍ରମଣ ପରେ ଅଭିନନ୍ଦନ ପାକିସ୍ତାନୀ ସେନା ଦ୍ବାରା ଗିରଫ ହୋଇଥିଲେ। ପାକ ସେନା ତାଙ୍କଠାରୁ ଗୁପ୍ତ ତଥ୍ୟ ହାସଲ କରିବାକୁ ଉଦ୍ୟମ କରି ବିଫଳ ହୋଇଥିଲା। ତାଙ୍କୁ ଭାରତକୁ ହସ୍ତାନ୍ତର କରିବାର କିଛି ସମୟ ପୂର୍ବରୁ ପାକିସ୍ତାନୀ ସେନା ଦ୍ବାରା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ କରାଯାଇଥିଲା। ସେଥିରେ ଅଭିନନ୍ଦନଙ୍କୁ ଚା’ ପିଆଯାଇ କିଛି ତଥ୍ୟ ବିଷୟରେ ପ୍ରଶ୍ନ କରାଯାଇଥିଲା। କିନ୍ତୁ ସେ ପାକ ସେନାକୁ କିଛି କହିବାକୁ ମନା କରିଦେଇଥିଲେ।

Share