ଅଭିନେତା ଅର୍ଦ୍ଧେନ୍ଦୁଙ୍କୁ ବିବାହ କରିବେ ମହାରଥୀଙ୍କ ଝିଅ

ଭୁବନେଶ୍ୱର,୧୧ା୨(ବ୍ୟୁରୋ):ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ଅର୍ଦ୍ଧେନ୍ଦୁ ସୁନ୍ଦର ସାହୁଙ୍କୁ ବିବାହ କରିବେ ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଝିଅ ପଲ୍ଲବୀ। ଫେବୃୟାରୀ ୨୬ରେ ବରମୁଣ୍ଡାଠାରେ ଥିବା ବିଜୁ ପଟ୍ଟନାୟକ ଖେଳ ପଡିଆରେ ଏହି ବିବାହ ଉତ୍ସବର ଆୟୋଜନ କରାଯିବ। ଏହାପରେ ୨୮ ତାରିଖରେ ନୟାପଲ୍ଲୀସ୍ଥିତ ଇଡକଲ ଗ୍ରାଉଣ୍ଡରେ ଭୋଜି ଅନୁଷ୍ଠିତ ହେବ। ଗତ ଜାନୁୟାରୀରେ ଉଭୟଙ୍କ ପରିବାରର ଉପସ୍ଥିତିରେ ପଲ୍ଲବୀ ଏବଂ ଅର୍ଦ୍ଧେନ୍ଦୁଙ୍କ ନିର୍ବନ୍ଧ ହୋଇଥିଲା। ପଲ୍ଲବୀ ପେସାରେ ଜଣେ ଡାକ୍ତର ହୋଇଥିବା ବେଳେ ଅର୍ଦ୍ଧେନ୍ଦୁ ଓଡ଼ିଆ ଏବଂ ବଙ୍ଗଳା ଫିଲ୍ମରେ ଅଭିନୟ କରିଛନ୍ତି। ୨୦୧୫ରେ ଫିଲ୍ମ ‘ଅ ଆ ଇ’ ମାଧ୍ୟମରେ ସେ ଓଲିଉଡ୍‌ରେ ପ୍ରବେଶ କରିଥିବା ବେଳେ ଏହାପରେ ‘ଟପୋରୀ’, ‘ବ୍ଲାକ୍‌ମେଲ୍‌’, ‘ମୁଁ ପରଦେଶୀ ଚଢେଇ’ ଭଳି ଫିଲ୍ମରେ ତାଙ୍କୁ ଦେଖିବାକୁ ମିଳିଥିଲା।

Share