ଅଭିନେତା ଚିରଞ୍ଜୀବୀ ସାରଜାଙ୍କ ପରଲୋକ

କନ୍ନଡ ଅଭିନେତା ଚିରଞ୍ଜୀବୀ ସାରଜାଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୩୯ ବର୍ଷ ବୟସ ହୋଇଥିଲା। ହୃତରୋଗରେ ତାଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ନିଃଶ୍ୱାସ ନେବାରେ ଅସୁବିଧା ହେବାରୁ ବେଙ୍ଗାଲୁରୁରେ ଥିବା ଏକ ପ୍ରାଇଭେଟ୍‌ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ମୃତ୍ୟୁ ଘଟିଛି। ଏତେ କମ ବୟସରେ ଚିରଞ୍ଜୀବୀଙ୍କ ମୃତ୍ୟୁରେ ଦକ୍ଷିଣ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଶୋକର ଛାୟା ଖେଳିଯାଇଛି। ଚିରଞ୍ଜୀବୀଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରି ପୂର୍ବତନ କ୍ରିକେଟର ଅନୀଲ କୁମ୍ବଲେ କହିଛନ୍ତି, ସେ ଜଣେ ଯୁବ ପ୍ରତିଭାବାନ ଅଭିନେତା ଥିଲେ। ତାଙ୍କ ମୃତ୍ୟୁରେ ମୁଁ ଦୁଃଖିତ।

Share