ଅଭିନେତା-ପେଣ୍ଟର ଅଶୋକ କୁମାର: ସ୍ତ୍ରୀଙ୍କର ଏଭଳି ଚିତ୍ର କରିଥିଲେ ପେଣ୍ଟିିଂ

ମୁମ୍ବାଇ: ବଲିଉଡ୍‌ ଅଭିନେତା ଅଶୋକ କୁମାରଙ୍କର ପୁଣ୍ୟତିଥି ମଙ୍ଗଳବାର ପାଳିତ ହେଉଛି। ୨୦୦୧ ଡିସେମ୍ବର ୧୦ ତାରିଖରେ ସେ ଦେହତ୍ୟାଗ କରିଥିଲେ। ୧୯୧୧ ଅକ୍ଟୋବର ୧୩ରେ ତାଙ୍କର ଜନ୍ମ ହୋଇଥିଲା। ଅଶୋକ କୁମାର ଜଣେ ଆଗଧାଡ଼ିର ଅଭିନେତା ସହିତ ଭଲ ପେଣ୍ଟର ମଧ୍ୟ ଥିଲେ। ସେ ନିଜ ଜୀବନ କାଳମଧ୍ୟରେ ୩ଶହରୁ ଅଧିକ ପେଣ୍ଟିଂ କରିଥିଲେ। ସେସବୁ ପେଣ୍ଟିଂରେ ସ୍ତ୍ରୀ ଶୋଭା ଦେବୀଙ୍କର  କୌଣସି ପୋଷାକ ପିନ୍ଧି ନ ଥିବା ଏକ ଚିତ୍ର ମଧ୍ୟ ଥିଲା। ପରବର୍ତ୍ତୀ ସମୟରେ ଅଶୋକଙ୍କ ଝିଅ ଭାରତୀ ଏସବୁ ପେଣ୍ଟିଂ କଲେକସନ୍‌ର ଏକ ପ୍ରଦର୍ଶନୀ କରିଥିଲେ।

Share