ଅଭିନେତ୍ରୀଙ୍କୁ ୬ ମାସ ଜେଲଦଣ୍ଡ

ମୁମ୍ବାଇ,୨୩ା୭(ପି.ଟି.): ଏକ ଚେକ୍‌ ବାଉନ୍ସ ମାମଲାରେ ଅଭିନେତ୍ରୀ କୋଏନା ମିତ୍ରଙ୍କୁ ମୁମ୍ବାଇର ଏକ କୋର୍ଟ ଦୋଷୀ ସାବ୍ୟସ୍ତ କରିବା ସହ ୬ ମାସ ଜେଲ୍‌ ଦଣ୍ଡାଦେଶ ଦେଇଛନ୍ତି। ଅନ୍ଧେରୀ ମେଟ୍ରୋପଲିଟାନ୍‌ କୋର୍ଟ ମାଜିଷ୍ଟ୍ରେଟ୍‌ କେତକୀ ଚଭନ୍‌ ରାୟରେ ମଡେଲ୍‌ ତଥା ଅଭିଯୋଗକାରିଣୀ ପୁନମ୍‌ ସେଠୀଙ୍କୁ ୪.୬୪ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବା ଲାଗି ନିର୍ଦ୍ଦେଶ ଦେଇଛନ୍ତି।
୨୦୧୩ର ଏହି ମାମଲା ଅନୁଯାୟୀ କୋଏନା ୨୨ ଲକ୍ଷ ଟଙ୍କା ପୁନମ୍‌ଙ୍କଠାରୁ କରଜ ନେଇ ପୈଠ କରି ନ ଥିଲେ। କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସେ ୩ ଲକ୍ଷ ଟଙ୍କାର ଏକ ଚେକ୍‌ ଦେଇଥିଲେ। କିନ୍ତୁ ଏହାକୁ ବ୍ୟାଙ୍କ ଗ୍ରହଣ କରି ନ ଥିଲା। ମାମଲା କୋର୍ଟରେ ଗଡ଼ିବା ପରେ ଶେଷରେ କୋଏନାଙ୍କୁ ଜେଲ୍‌ଦଣ୍ଡାଦେଶ ମିଳିଛି।

Share