Advertisement

ଅଭିନେତ୍ରୀଙ୍କ ପୁଅର ଭିଡିଓ ଭାଇରାଲ୍‌, ମୋଦି ଦେଲେ ଏଭଳି ପ୍ରତିକ୍ରିୟା

ନିକଟରେ ଅଭିନେତ୍ରୀ ଗୁଲ ପନାଗଙ୍କ କୁନି ପୁଅ ନିହାଲଙ୍କ ଭିଡିଓ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ୍‌ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହି ଭିଡିଓରେ ନିଜ ପ୍ରତିକ୍ରିୟା ଦେଇଛନ୍ତି। ଗୁଲ ପନାଗ ଟୁଇଟରରେ ନିଜ ପୁଅର ଏକ ଭିଡିଓ ଅପଲୋଡ କରିଥିଲେ। ଯେଉଁଥିରେ, ନିହାଲ ଏକ ମାଗାଜିନ୍‌ ଏବଂ ଖବରକାଗଜରେ ମୋଦିଙ୍କ ଫଟୋ ଦେଖି ଚିହ୍ନି ପାରୁଛନ୍ତି। ପ୍ରତିଦିନ ସକାଳୁ ଖବରକାଗଜରେ ମୋଦିଙ୍କ ଫଟୋ ଦେଖି ଖିସି ମଧ୍ୟ ହେଉଛନ୍ତି ବୋଲି ଗୁଲ ପନାଗ ଟୁଇଟରେ କହିଥିଲେ। ଏହି ଟୁଇଟଟି ସେ ମୋଦିଙ୍କୁ ଟ୍ୟାଗ୍‌ ମଧ୍ୟ କରିଥିଲେ। ଏହାର ଜବାବରେ ମୋଦି ନିହାଲଙ୍କୁ ପ୍ରଶଂସା କରିଥିଲେ। ତାଙ୍କୁ ଆଶୀର୍ବାଦ ଦେବାସହ ତାଙ୍କ ଉଜ୍ଜଳ ଭବିଷ୍ୟତ ପାଇଁ ଶୁଭକାମନା ଜଣାଇଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share