Categories: ଖେଳ

ଅଭିନେତ୍ରୀଙ୍କ ପ୍ରତି ଆକୃଷ୍ଟ ହେଲେ କ୍ରିକେଟର ଯୁବରାଜ ସିଂ

ଭାରତୀୟ କ୍ରିକେଟ ଦଳର ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ଯୁବରାଜ ସିଂ ଅବସର ନେଇସାରିଥିଲେ ମଧ୍ୟ ସେ ସର୍ବଦାଚର୍ଚ୍ଚାରେ ରହୁଛନ୍ତି। ମଡେଲ ହେଜେଲ କିଚ୍‌ଙ୍କୁ ବିବାହ କରିବା ପରେ ସେ ଜଣେ ବଲିଉଡ୍‌ ଅଭିନେତ୍ରୀଙ୍କ ଉପରେ ଆକୃଷ୍ଟ ହୋଇଛନ୍ତି। କିନ୍ତୁ ପ୍ରେମ ବ୍ୟାପାରରେ ନୁହେଁ, ଉକ୍ତ ଅଭିନେତ୍ରୀଙ୍କ କ୍ରିକେଟ ଖେଳକୁ ଦେଖି ତାଙ୍କ ଉପରେ ଆକୃଷ୍ଟ ହୋଇଛନ୍ତି ଯୁବରାଜ। ଅଭିନେତ୍ରୀ ସିୟାମୀ ଖେର୍‌ କ୍ରିକେଟ ଖେଳୁଥିବା ଏକ ଭିଡିଓ ଟୁଇଟ୍‌ କରିଛନ୍ତି। ଉକ୍ତ ଭିଡିଓରେ ସିୟାମୀ ଫ୍ରଣ୍ଟ୍‌ଫୁଟ୍‌ ଶଟ୍‌ ଖେଲୁଥିବା ନଜର ଆସିଛନ୍ତି। ତାଙ୍କର ଏହି ଶଟ୍‌ ଦେଖି ଯୁବରାଜ ଆକୃଷ୍ଟ ହୋଇଯାଇଛନ୍ତି। ସେ ଟୁଇଟରରେ ସିୟାମୀଙ୍କ ଫୁଟଓ୍ବାର୍କକୁ ପ୍ରଶଂସା କରିଛନ୍ତି। ଏହାର ଜବାବରେ ମୁଁ ଏବେ ଆପଣଙ୍କୁ ବୋଲିଂ କରିବା ଅପେକ୍ଷାରେ ରହିଛି ବୋଲି ଯୁବରାଜଙ୍କୁ ସିୟାମୀ କହିଛନ୍ତି। ରାକେଶ ଓମ୍‌ପ୍ରକାଶ ମେହେରାଙ୍କ ଫିଲ୍ମ ‘ମିର୍ଜିୟା’ରେ ନଜର ଆସିଥିବା ସିୟାମୀ ୨୦୧୨ରେ କିଙ୍ଗଫିଶର କ୍ୟାଲେଣ୍ଡର ଗର୍ଲ ଥିଲେ।

Share