ଅଭିନେତ୍ରୀ ପାୟଲଙ୍କୁ ମିଳିଲା ଜାମିନ

ଜୟପୁର,୧୭।୧୨: ବଲିଉଡ୍‌ ଅଭିନେତ୍ରୀ ପାୟଲ ରୋହତଗିଙ୍କୁ ମଙ୍ଗଳବାର ଜାମିନ ମିଳିଯାଇଛି। ଦୁଇଟି ମାମଲା ପାଇଁ ୨୫- ୨୫ ହଜାର ଟଙ୍କା ଦାଖଲ କରିବା ପରେ ତାଙ୍କୁ ଜାମିନ ମିଳିଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ, ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କୁ ନେଇ ବିବାଦୀୟ ଟିପ୍ପଣି ଦେଇଥିଲେ ପାୟଲ। ଏହି ମାମଲାରେ ତାଙ୍କୁ ସୋମବାର ଜେଲ୍‌ ପଠାଇ ଦିଆଯାଇଥିବା ବେଳେ ସେଠାରେ ସେ ରାଜସ୍ଥାନର ଏକ ଜେଲ୍‌ରେ ପ୍ରଥମ ରାତି ଅପରାଧିମାନଙ୍କ ସହ କାଟିଥିଲେ। ଡିସେମ୍ବର ୧୫ରେ ବୁନ୍ଦି ପୋଲିସ ଏହି ମାମଲାରେ ପାୟଲଙ୍କୁ ଗିରଫ କରିଥିଲା।

Share