ଅଭିନେତ୍ରୀ ବିଦ୍ୟା ସିହ୍ନାଙ୍କ ପରଲୋକ

ମୁମ୍ବାଇ,୧୫।୮: ଟେଲିଭିଜନ ଦୁନିଆର ଲୋକପ୍ରିୟ ଧାରାବାହିକ ‘କୁଲ୍‌ଫି କୁମାର ବାଜଓ୍ବୋଲା’ର ଅଭିନେତ୍ରୀ ବିଦ୍ୟା ସିହ୍ନାଙ୍କର ଗୁରୁବାର ପରଲୋକ ହୋଇଛି। ଫୁସ୍‌ଫୁସ୍‌ ଓ ହୃଦରୋଗ ସମସ୍ୟାରେ ପୀଡିତ ଥିବା ବିଦ୍ୟା ଗୁରୁତର ଅବସ୍ଥାରେ ମୁମ୍ବାଇର କ୍ରିଟିକେୟାର ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ କିଛି ସମୟ ପାଇଁ ଭେଣ୍ଟିଲେଟରରେ ରହିଥିଲେ ମଧ୍ୟ ଡାକ୍ତର ତାଙ୍କୁ ବଞ୍ଚାଇ ପାରି ନ ଥିଲେ। ଶେଷଥର ପାଇଁ ସେ ସଲମାନଙ୍କ ଅଭିନୀତ ଫିଲ୍ମ ‘ବଡି ଗାର୍ଡ’ରେ ଅଭିନୟ କରିଥିଲେ। ତେବେ ଚଳଚ୍ଚିତ୍ର ଅପେକ୍ଷା ସେ ଟେଲି ଅଭିନେତ୍ରୀ ଭାବେ ବେଶ୍‌ ପରିଚିତ ଥିଲେ। ୧୯୪୭ରେ ଜନ୍ମିତ ବିଦ୍ୟାଙ୍କ ଗୋଟିଏ ଝିଅ ରହିଛନ୍ତି। ସେ ଦୁଇ ଦୁଇଥର ବିବାହ କରିଥିଲେ ମଧ୍ୟ ତାଙ୍କ ସାଂସାରିକ ଜୀବନ ସୁଖମୟ ନ ଥିଲା ବୋଲି କୁହାଯାଏ।

Share