ଅଭିନେତ୍ରୀ ଶେଫାଳୀଙ୍କ ଫେସ୍‌ବୁକ୍‌ ଆକାଉଣ୍ଟ୍‌ ହ୍ୟାକ୍‌ : କରୋନାରେ ଆକ୍ରାନ୍ତ ଥିବା ଏଥିରେ ସୂଚନା

ମୁମ୍ବାଇ : ହଲିଉଡ୍‌ ପରେ ଏବେ ବଲିଉଡ୍‌ରେ କରୋନା ଭାଇରସ୍‌ ନିଜର କାୟା ବିସ୍ତାର କରିଚାଲିଛି। ପୂର୍ବରୁ ଅଭିନେତ୍ରୀ କନିକା କପୁର ଏବଂ ପ୍ରଯୋଜକ କରୀମ ମୋରାନୀଙ୍କ ଝିଅ କରୋନାରେ ଆକ୍ରାନ୍ତ ହୋଇସାରିଛନ୍ତି। ବର୍ତ୍ତମାନ ଅଭିନେତ୍ରୀ ଶେଫାଳୀ ଶାହଙ୍କ ସୋସିଆଲ ଆକାଉଣ୍ଟରେ କୋଭିଡ୍‌ -୧୯ ପଜିଟିଭ୍‌ ହୋଇଥିବା ସୂଚନା ଦେଖିବାକୁ ମିଳିଛି। ପରେ ଶେଫାଳୀ ଏହାର ଉତ୍ତର ରଖିଛନ୍ତି। ସେ ତାଙ୍କ ଇନ୍‌ଷ୍ଟାଗ୍ରାମରେ ଲେଖିଛନ୍ତି, ଗତ ରାତିରେ ମୋ’ ଫେସ୍‌ବୁକ୍‌ ଆକାଉଣ୍ଟ୍‌ ହ୍ୟାକ୍‌ ହୋଇଥିଲା। ସକାଳୁ ଉଠିବା ପରେ ଏହା ଦେଖିଲି। ଏହି ଖବର ଫ୍ୟାନ୍‌ମାନଙ୍କୁ ମଧ୍ୟ ଚିନ୍ତାରେ ପକାଇଛି।  ସେ କହିଛନ୍ତି, ମୁଁ ଏବଂ ମୋ’ ପରିବାର ସମ୍ପୂର୍ଣ୍ଣ ଠିକ୍‌ ଅଛୁ। ସାଧାରଣ ଲୋକଙ୍କ ପରି ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା କଟକଣା ଏବଂ ସଚେତନତାକୁ ସେ ପୂରା ଗୁରୁତ୍ୱ ଦେଉଛନ୍ତି। ମୋ’ ପୋଷ୍ଟରେ ଯାହା ଲେଖାଯାଇଛି ସମ୍ପୂର୍ଣ୍ଣ ମିଥ୍ୟା। ମୋ’ ଆକାଉଣ୍ଟକୁ କେହି ହ୍ୟାକ୍‌ କରି ଏପରି ଭୁଲ ସୂଚନା ଦେଇଛନ୍ତି। ମୁଁ ଜାଣେନା କିଏ କାହିଁକି ଏପରି କରିଛନ୍ତି। ସମସ୍ତଙ୍କୁ ଧନ୍ୟବାଦ ବୋଲି ଶେଫାଳୀ ତାଙ୍କ ଇନ୍‌ଷ୍ଟାରେ ଜରିଆରେ କହିଛନ୍ତି।

Share