ଅଭିନୟକୁ ନେଇ ନିଜକୁ ଭାଗ୍ୟବାନ ବୋଲି କହିଲେ ବାଦଶାହା

ମୁମ୍ବାଇ: ବଲିଉଡ୍‌ ଗାୟକ ବାଦ୍‌ଶାହା ଜଣେ ପରିଚିତ ଚେହେରା। ହେଲେ ସେ ଅଭିନୟ କରିବା ପରେ ନିଜକୁ ଜଣେ ଭାଗ୍ୟବାନ ବ୍ୟକ୍ତି ବୋଲି କହିଛନ୍ତି। ନିକଟରେ ଏକ ସାକ୍ଷାତ୍‌କାରରେ ସେ ଏହା କହିଛନ୍ତି। ‘ଖାନଦାନି ସଫାଖାନା’ ରେ ତାଙ୍କର ପ୍ରଥମ ଅଭିନୟର ଅନୁଭୂତିକୁ ସେ ଶେୟାର କରିଛନ୍ତି। ସୋନାକ୍ଷୀ ସିହ୍ନାଙ୍କ ସହ ଅଭିନୟ କରିବା ଏହା ସହ ଗାୟକ ଭାବେ ଭିନ୍ନ ପରିଚୟ ଥିବା ବେଳେ ଅଭିନେତାର ଅନୁଭୂତି ସବୁଠାରୁ ନିଆରା ବୋଲି ସେ କହିଛନ୍ତି। ଅଭିନୟ ପରେ ନିର୍ଦ୍ଦେଶକ ପ୍ରଯୋଜକଙ୍କ ପ୍ରତି ତାଙ୍କର ଆହୁରି ଆପଣାପଣ ବଢି ଯାଇଛି ବୋଲି ସେ ପ୍ରକାଶ କରିଛନ୍ତି।

Share