Categories: ଖେଳ

ଅଭିନୟରେ ଟ୍ୟାଲେଣ୍ଟ୍‌ ଦେଖାଇଲେ ଧାଓ୍ବନ

ଭାରତୀୟ ଦଳର ଓପନର ଶିଖର ଧାଓ୍ବନ ଜଣେ ମଜାକିଆ କ୍ରିକେଟର ଭାବେ ଜଣାଶୁଣା। ପଡିଆରେ ଆକ୍ରମଣାତ୍ମକ ଅନ୍ଦାଜ ଏବଂ ପଡିଆ ବାହାରେ ବିନ୍ଦାସ୍‌ ନଜର ଆସନ୍ତି ଧାଓ୍ବନ। ବାଂଲାଦେଶ ବିପକ୍ଷ ଟି-୨୦ ସିରିଜ ଖେଳୁଥିବାବେଳେ ଧାଓ୍ବନଙ୍କୁ ଏକ ଭିନ୍ନ ଭୂମିକାରେ ଦେଖିବାକୁ ମିଳିଥିଲା। ସେ ଟିମ୍‌ ବସ୍‌ରେ ଯାଉଥିବାବେଳେ ସାଥୀ ଖେଳାଳି ଖଲିଲ ଅହମ୍ମଦ ଏବଂ ୟୁଜବେନ୍ଦ୍ର ଚହଲଙ୍କ ସହ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଭିଡିଓରେ ଧାଓ୍ବନ ଅକ୍ଷୟ କୁମାରଙ୍କ ବାଲା ଚରିତ୍ରର ନକଲ କରିଛନ୍ତି। ଚହଲ ତାଙ୍କ ଆଗରେ ଚାମଚ ପିଟିବା କ୍ଷଣି ଧାଓ୍ବନ ନିଜ ଅଭିନୟ କରିବା ଆରମ୍ଭ କରୁଛନ୍ତି। ଏହି ଭିଡିଓରେ ଦର୍ଶକ ମଜାଦାର କମେଣ୍ଟ ଦେଇଛନ୍ତି। କେହି କେହି ଧାଓ୍ବନଙ୍କ କ୍ରିକେଟ ଛାଡି ଅଭିନୟ କରିବାର ପରାମର୍ଶ ଦେଇଛନ୍ତି।

Share