ଅଭିନୟରେ ଫେଲ ହେବା ପରେ ନିର୍ଦ୍ଦେଶନାରେ ପାଦ ରଖିଲେ ଫୈଜଲ

ବଲିଉଡ୍‌ର ମିଷ୍ଟର ପରଫେକ୍ଟ ଆମିର ଖାନ୍‌ଙ୍କ ଭାଇ ଫୈଜଲ ଖାନ୍‌ ଖୁବ୍‌ଶୀଘ୍ର ବଡ଼ ପରଦାକୁ ଫେରୁଛନ୍ତି। ଏଥର ଅଭିନେତା ନୁହେଁ ବରଂ ନିର୍ଦ୍ଦେଶକଭାବେ ସେ ବଲିଉଡ୍‌କୁ ଫେରୁଛନ୍ତି। ଆକ୍ସନ ଥ୍ରୀଲର ଫିଲ୍ମ ‘ଫ୍ୟାକ୍ଟ୍ରି’ର ନିର୍ଦ୍ଦେଶନା ଦେବେ। ଏହାର ଏକ ଗୀତ ‘ଇଶ୍କ ତେରା…’ ଗାଇବେ ବୋଲି ମଧ୍ୟ ଜଣାପଡ଼ିଛି।
ଫୈଜଲ ୧୯୯୪ରେ ଫିଲ୍ମ ‘ମଦହୋଶ’ ମାଧ୍ୟମରେ ବଲିଉଡ୍‌ରେ କ୍ୟାରିୟର ଆରମ୍ଭ କରିଥିଲେ। ପରେ ଅନେକ ସିନେମାରେ କାମ କରିଥିଲେ ମଧ୍ୟ ତାଙ୍କୁ ସେତେଟା ସଫଳତା ମିଳିଲା ନାହିଁ। ଭାଇ ଆମିରଙ୍କ ସହ ତାଙ୍କୁ ଫିଲ୍ମ ‘ମେଲା’ରେ ମଧ୍ୟ ଦେଖିବାକୁ ମିଳିଥିଲା। ଫୈଜଲ ପ୍ରଥମରୁ ହିଁ ଫିଲ୍ମରେ ନିର୍ଦ୍ଦେଶନା ଦେବାକୁ ଚାହୁଁଥିଲେ। ମାତ୍ର ସମୟ ଅଭାବରୁ ସେ କରିପାରୁ ନ ଥିଲେ। ଏ ବିଷୟରେ ମା’ ଜୀନତ ଏବଂ ଭାଇ ଆମିରଙ୍କୁ କିଛି ଜଣା ନାହିଁ। ଫିଲ୍ମର ଏକ ସିଡ୍ୟୁଲ ପୁରା ହେବା ପରେ ସେ ମା’ଓ ଭାଇଙ୍କୁ ଜଣାଇବେ ବୋଲି ଫୈଜଲ କହିଛନ୍ତି।

Share