Categories: ଜାତୀୟ

ଅଭିନୟରେ ରୁଚି ରଖନ୍ତି ମୋଦି

ନୂଆଦିଲ୍ଲୀ,୧୬।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱର ଜଣେ ଟାଣୁଆ ନେତା ଭାବେ ବେଶ୍‌ ପରିଚିତ। ହେଲେ ମୋଦିଙ୍କ ବିଷୟରେ ଅନେକ କଥା ଆଜିବି ଅଜଣା ହୋଇ ରହିଛି। ମୋଦିଙ୍କ ଜୀବନ ସହ ଯୋଡି ହୋଇଥିବା ବହୁତ କିଛି କଥା ଅନେକଙ୍କୁ ଜଣା ନ ଥିବ ଅବା ଅଳ୍ପ ବହୁତେ ଜଣାଥିବେ। ମୋଦି ସ୍କୁଲରେ ପାଠ ପଢିବା ସମୟରେ ଅଭିନୟରେ ରୁଚି ରଖୁଥିଲେ। ଏମିତିକି ନିଜେ ନାଟକ ଲେଖି ସେଥିରେ ଅଭିନୟ ମଧ୍ୟ କରୁଥିଲେ ବୋଲି କୁହାଯାଏ। ଏମ୍‌ବି କାମଥ ଓ କାଳିନ୍ଦି ରନ୍ଦେଡିଙ୍କ ଦ୍ୱାରା ଲେଖାଯାଇଥିବା ମୋଦିଙ୍କ ଜୀବନୀ ପୁସ୍ତକ ‘ମ୍ୟାନ ଅଫ୍‌ ଦ ମୋମେଣ୍ଟ: ନରେନ୍ଦ୍ର ମୋଦି’ରେ ଏହା ଉଲ୍ଲେଖ କରାଯାଇଛି। କେବଳ ସେତିକି ନୁହେଁ ନିଜେ ମୋଦି ଲେଖିଥିବା ପୁସ୍ତକ ‘ଏକଜାମ ଓ୍ବାରିୟର୍ସ’ରେ ମଧ୍ୟ ଏହା ଲେଖାଯାଇଛି। ଏଥିରେ ମୋଦି ସ୍କୁଲ ସମୟରେ ଏକ ନାଟକରେ ଅଂଶ ଗ୍ରହଣ କରିଥିବା ବେଳେ କେମିତି ନିର୍ଦ୍ଦେଶକ ତାଙ୍କ ଉପରେ ରାଗି ଯାଇଥିଲେ ତାହା ବର୍ଣ୍ଣନା କରିଛନ୍ତି। ମାତ୍ର ୧୪ ବର୍ଷ ବୟସରେ ସେ ଲେଖିଥିବା ନାଟକ ଥିଲା ‘ପିଲି ଫୁଲ’। ଯେଉଁଥିରେ ସେ ନିଜେ ଅଭିନୟ କରିଥିଲେ। ଏହା ଏକ ସତ୍ୟ ଘଟଣା ଉପରେ ଆଧାରିତ ଥିଲା।

Share