ଅଭିନୟ ଅପେକ୍ଷା ରିଲେଶନସିପକୁ ନେଇ ଚର୍ଚ୍ଚାରେ ରୁହନ୍ତି ଦିଶା

ମୁମ୍ବାଇ: ବଲିଉଡ୍‌ର ନବାଗତା ନାୟିକା ଦିଶାା ପାଟନୀ ୨୭ ବର୍ଷରେ ପଦାର୍ପଣ କରିଛନ୍ତି। ପ୍ରଥମେ ତେଲଗୁ ଫିଲ୍ମରୁ ଅଭିନୟ ଆରମ୍ଭ କରିଥିବା ଦିଶା ଏବେ ବଲିଉଡ୍‌ରେ ବେଶ୍‌ ଆକ୍ଟିଭ। ହେଲେ ସେ ତାଙ୍କ ଅଭିନୟକୁ ନେଇ ଯେତିକି ଚର୍ଚ୍ଚିତ ନୁହେଁ ତା’ଠାରୁ ଅଧିକ ଚର୍ଚ୍ଚିତ ତାଙ୍କ ରିଲେଶନସିପକୁ ନେଇ। ବଲିଉଡ୍‌ ନାୟକ ଟାଇଗର ଶ୍ରଫଙ୍କ ସହ ତାଙ୍କର ରିଲେଶନ କଥା ସମସ୍ତେ ଅଳ୍ପ ବହୁତେ ଜାଣିଥିବେ। ଖୁବ୍‌ ଜିଦିଆ ଦିଶା ବେଳେବେଳେ ଟାଇଗରଙ୍କ ସହ ମଧ୍ୟ ମାନ ଅଭିମାନ କରୁଥିବା ଖବର ସାମ୍ନାକୁ ଆସିଛି। ପ୍ରଥମେ ଏକ ମ୍ୟୁଜିକ୍‌ ଭିଡିଓରେ ଉଭୟ କାମ କରୁ କରୁ ପଡି ଯାଇଥିଲେ ପ୍ରେମରେ। ବଲିଉଡ୍‌ର ବୋଲ୍ଡ ନାୟିକା ଭାବେ ଦିଶା ବେଶ୍‌ ଜଣାଶୁଣା। ଅନେକ ଥର ସେ ତାଙ୍କ ଡ୍ରେସ୍‌କୁ ନେଇ ଟ୍ରୋଲ୍‌ ମଧ୍ୟ ହୋଇଛନ୍ତି। ଅଭିନୟ ପୂର୍ବରୁ ଖୁବ୍‌ ସରଳ ସ୍ବଭାବର ଦିଶା ମଡେଲିଂ ପରେ ଧୀରେ ଧୀରେ ବଦଳି ଯାଇଥିବା ଆଲୋଚନା ହୁଏ। କାରଣ ପୂର୍ବର ଫଟୋ ଓ ଏବେକାର ଦିଶାଙ୍କ ମଧ୍ୟରେ ଖୁବ୍‌ ଫରକ୍‌ ଦେଖାଯାଏ ।

Share